Latest Odisha News

BREAKING NEWS

କୋଇଲା ଖଣି ଦୁର୍ଘଟଣା: ଅନ୍ୟ ଜଣେ ଶ୍ରମିକଙ୍କ ମୃତଦେହ ଉଦ୍ଧାର

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେରସ୍ଥିତ ଭରତପୁର କୋଇଲା ଖଣିରେ ମାଟି ଅତଡ଼ା ଖସିବା ଘଟଣାର ୨ ସପ୍ତାହ ପରେ ଆଜି ଅନ୍ୟଜଣେ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ଏଯାବତ୍ ଉଦ୍ଧାର ଶ୍ରମିକଙ୍କ ପରିଚୟ ସ୍ପଷ୍ଟ ହୋଇପାରିନଥିବା ଜଣାପଡିଛି ।

ସୂଚନାଯୋଗ୍ୟ, ଗତ ଜୁଲାଇ ୨୩ ତାରିଖ ରାତି ପ୍ରାୟ ୧୧ଟାରୁ ସାଢେ ୧୧ଟା ମଧ୍ୟରେ କୋଇଲା ଖୋଲା କାମ ଚାଲିଥିବା ବେଳେ କୌଣସି କାରଣବଶତଃ ମାଟି ଅତଡ଼ା ଖସିଯାଇଥିଲା । ଏହି ଘଟଣାରେ ତଳେ କାମ କରୁଥିବା ଅନେକ ଗାଡି ମୋଟର , ଯନ୍ତ୍ରାଂଶ ସହ ପାଖାପାଖି ୧୩ ଜଣ ଶ୍ରମିକ ଦବି ଯାଇଥିଲେ ।

Leave A Reply

Your email address will not be published.