Latest Odisha News

BREAKING NEWS

ଧାରା ୩୭୦ ଉଚ୍ଛେଦ, କେନ୍ଦ୍ରଶାସିତ ଅଞ୍ଚଳ ହେବ ଜମ୍ମୁ-କାଶ୍ମୀର !

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରକୁ ସ୍ୱତନ୍ତ୍ର ସୁବିଧା ଦେଉଥିବା ଧାରା ୩୭୦କୁ ଉଚ୍ଛେଦ କରିବା ଲାଗି ରାଜ୍ୟସଭାରେ ସୋମବାର ଦିନ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଆଗତ କରାଯାଇଛି ।

ଏହି ପ୍ରସ୍ତାବ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ରାଜ୍ୟସଭାରେ ଆଗତ କରିଥିଲେ । ଏହି ପ୍ରସ୍ତାବ ଅନୁମୋଦିତ ପରେ ରାଜ୍ୟ ମାନ୍ୟତା ହରାଇବ ଜମ୍ମୁ-କାଶ୍ମୀର ।

ଏଭଳି ହେଲେ ଉଭୟ ଜମ୍ମୁ-କାଶ୍ମୀର ଓ ଲଦାଖ ଏକ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ପରିଗଣିତ ହେବ ଏବଂ ସମସ୍ତ ଆଇନକାନୁନ ବ୍ୟବସ୍ଥା ମଧ୍ୟ କେନ୍ଦ୍ର ସରକାରଙ୍କ ହାତରେ ରହିପାରେ ।

ତେବେ ଜମ୍ମୁ-କାଶ୍ମୀର ଲାଗି ଏହା କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ବଡ ନିଷ୍ପତ୍ତି ହେବ ବୋଲି ରାଜନୈତିକ ମହଲରେ ଚଚ୍ଚର୍ଜା ହେଉଛି ।

Leave A Reply

Your email address will not be published.