Latest Odisha News

BREAKING NEWS

କରୋନା ମୁକାବିଲା ପାଇଁ ଓଡିଶାରେ ନିଲାମ୍ ହେବ ୨ ଲକ୍ଷ ପ୍ରାଚୀନ ମୁଦ୍ରା !

ଭୁବନେଶ୍ୱର: କରୋନା ଯୁଦ୍ଧରେ ସାମିଲ ହେଲେ ଓଡିଶାର ଜଣେ ପ୍ରଖ୍ୟାତ ମୁଦ୍ରା ବିଜ୍ଞାନବିତ୍ । ନିଜ କଲେକ୍ସନରେ ଥିବା ମୁଦ୍ରା ଗୁଡିକୁ ନିଲାମ୍ କରି ସେହି ଅର୍ଥକୁ ସେ କରୋନାଭାଇରସ୍ ବିରୋଧୀ ଲଢେଇରେ ବିନିଯୋଗ କରିବେ । ୮ ଲକ୍ଷ ମୁଦ୍ରାରୁ ସେ ୨ ଲକ୍ଷ ମୁଦ୍ରାକୁ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ମୁଦ୍ରା ସଂଗ୍ରହକାରୀ ଦେବୀ ପ୍ରସାଦ ମଙ୍ଗରାଜ ପୁରାତନ ଯୁଗରୁ ଆରମ୍ଭ କରି ବର୍ତ୍ତମାନର ୮ ଲକ୍ଷରୁ ଅଧିକ ମୁଦ୍ରା ନିଜ କଲେକ୍ସନରେ ସ୍ଥାନ ଦେଇଛନ୍ତି । ଯେଉଁଥିରେ ପାଂଚାଳ, ଅଶୋକା ଓ ନିଜାମ ଯୁଗର ମୁଦ୍ରା ସହ୨୦ଟି ଦେଶର ମୁଦ୍ରା ମଧ୍ୟ ସାମିଲ ଅଛି । ତା ଛଡା ପ୍ଲାଷ୍ଟିକ୍‌, ସୁନା ଓ ଅନ୍ୟ ମୂଲ୍ୟବାନ ଧାତୁରେ ନିର୍ମିତ ମୁଦ୍ରାକୁ ସେ ବହୁବର୍ଷ ଧରି ସଂଗ୍ରହ କରିଆସିଛନ୍ତି ।

ତେବେ କରୋନା ମହାମାରୀ ଭଳି ସମୟରେ ସେ ନିଜ ଦେଶକୁ ସହାୟତା କରିବାକୁ ଆଗେଇ ଆସିଛନ୍ତି । ନିଲାମ୍ ହେବାକୁ ଥିବା ୨ ଲକ୍ଷ ମୁଦ୍ରାର ଆନୁମାନିକ ମୂଲ୍ୟ ୨୫୦ କୋଟି ଟଙ୍କାରୁ ଅଧିକ ଥିଲାବେଳେ ବିକ୍ରୟ ରାଶିକୁ ସେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ରିଲିଫ୍ ପାଣ୍ଠିକୁ ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

Leave A Reply

Your email address will not be published.