Latest Odisha News

BREAKING NEWS

ଫେବୃଆରୀ ୧୪ ଯାଏଁ ଓଡିଶାରେ ଶୀତ ଲହରୀ ଜାରି

ଭୁବନେଶ୍ୱର: ରାଜ୍ୟରେ ମଙ୍ଗଳବାର ଦିନ ପ୍ରବଳ ଶୀତ ଅନୁଭୂତ ହେଉଥିବା ବେଳେ ଆସନ୍ତା ଫେବୃଆରୀ ୧୪ ତାରିଖ ଯାଏଁ ଶୀତ ଲହରୀ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

ପାଣିପାଗ ବିଭାଗ ପକ୍ଷରୁ ଜାରି ସକାଳ ବୁଲେଟିନ୍ ଅନୁଯାୟୀ, ରାଜ୍ୟର କିଛି ସ୍ଥାନରେ ପାରଦ ୧୦ ଡିଗ୍ରି ତଳେ ରହିଥିଲା । ସେଥିମଧ୍ୟରେ ରହିଛି- ସୋନପୁର (୮), ଅନୁଗୁଳ (୮), ବୌଦ୍ଧ (୮.୫), ଝାରସୁଗୁଡା (୯.୬) ଓ କେନ୍ଦୁଝର (୯.୮) ।

ଅପରପକ୍ଷରେ ଆଉ କିଛି ଜିଲ୍ଲାରେ ପାରଦ ୧୫ ଡିଗ୍ରି ମଧ୍ୟରେ ରହିଥିଲା । ବାଲେଶ୍ୱର(୧୧.୨), ଚାନ୍ଦବାଲି (୧୨.୮), କଟକ (୧୧.୪), ପାରାଦୀପ (୧୪.୬), ଭୁବନେଶ୍ୱର (୧୨.୯), ସମ୍ବଲପୁର (୧୦.୨), ସୁନ୍ଦରଗଡ (୧୧), ହୀରାକୁଦ (୧୧.୭), ତାଳଚେର (୧୩.୪), ଭବାନୀପାଟଣା (୧୨), ବଲାଙ୍ଗିର (୧୪), କୋରାପୁଟ (୧୩.୬), ଫୁଲବାଣୀ (୧୧.୩), ଟିଟିଲାଗଡ (୧୦.୬), ଦାରିଙ୍ଗବାଡି (୧୦) ଏବଂ ନୟାଗଡ (୧୨) ଡିଗ୍ରି ସେଲସିୟସ ମଧ୍ୟରେ ରହିଥିଲା ।

ସେହିପରି କଳାହାଣ୍ଡି, କନ୍ଧମାଳ ଓ କୋରାପୁଟ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବୁଧବାର ଦିନ ଘନ କୁହୁଡି ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହାବ୍ୟତିତ ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାତିର ତାପମାତ୍ରାରେ ମଧ୍ୟ ବୃଦ୍ଧି ଘଟିବ ।

Leave A Reply

Your email address will not be published.