Latest Odisha News

BREAKING NEWS

ଦିଲ୍ଲୀ ନିର୍ବାଚନ ଫଳାଫଳ: ବିଜେପି ୧୨, ଆପ୍ ୫୮ ସିଟରେ ଆଗୁଆ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ଆଜି ଆସିବ । ଆପ୍ ୫୮ ସିଟରେ ଆଗୁଆ ଅଛି । ସେପଟେ ବିଜେପି ୧୨ ସିଟରେ ଦ୍ୱିତୀୟ ସ୍ଥାନରେ ଥିବାବେଳେ କଂଗ୍ରେସ ଏପର୍ଯ୍ୟନ୍ତ ଖାତା ଖୋଲିନି ।୨୦୧୫ ମସିହାରେ ଆପ୍ ୬୭ଟି ବିଧାନସଭା ସିଟ୍ ଜିତି ବିଜୟ ହାସଲ କରିଥିଲା ।

ଦିଲ୍ଲୀରେ ୭୦ଟି ବିଧାନସଭା ସିଟ ପାଇଁ ଆରମ୍ଭ ହୋଇସାରିଛି ଭୋଟ ଗଣତି । କିଏ ବାଜି ମାରିବ ସେନେଇ ସମସ୍ତଙ୍କ ନଜର ଭୋଟ୍ ଗଣତି ଉପରେ ରହିଛି । ଦିଲ୍ଲୀ ଓ ଦିଲ୍ଲୀ ବାହାରେ ଆପ୍ ସମର୍ଥକ ଫଳାଫଳକୁ ନେଇ ବହୁତ ଉତ୍ସାହିତ ଓ ଆଶାବାଦୀ ଅଛନ୍ତି । ଦିଲ୍ଲୀର ଆମ ଆଦମୀ ପାର୍ଟି ଅଫିସ ନୀଳ ଓ ଧଳା ରଙ୍ଗର ବେଲୁନରେ ସଜ୍ଜିତ ହୋଇଛି । ସମର୍ଥକମାନେ ଆପ୍ ସମର୍ଥନରେ ପୋଷ୍ଟର ଧରି ନେତାଙ୍କୁ ଉତ୍ସାହିତ କରୁଛନ୍ତି । କେଉଁଠି ଲୋକ ସମର୍ଥନ ଜଣାଉଛନ୍ତି ତ କେଉଁଠି ଆପ୍ ର ଜିତିବା ଆଶା ନେଇ ପ୍ରାର୍ଥନା କରୁଛନ୍ତି ।

Leave A Reply

Your email address will not be published.