Latest Odisha News

କୋଭିଡ ନିୟମ ଉଲ୍ଲଂଘନ; ରାଜ୍ୟରେ ୧୬ କୋଟି ଟଙ୍କାର ଜୋରିମାନା ଆଦାୟ

ଭୁବନେଶ୍ୱର: କୋଭିଡ ଗାଇଡଲାଇନ ଉଲ୍ଲଂଘନକାରୀଙ୍କଠାରୁ ଓଡିଶା ପୋଲିସ ଗତ ଅଢେଇ ମାସ ମଧ୍ୟରେ ୧୬ କୋଟି ଟଙ୍କା ଜରିମାନା ଆଦାୟ କରିଥିବା ନେଇ ଓଡିଶା ଡିଜିପି ଅଭୟ କହିଛନ୍ତି।

ଗୁରୁବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ ଅଭୟ କହିଛନ୍ତି ଯେ ୧,୪୮୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଜୋରିମାନା ମଧ୍ୟ ଆଦାୟ କରାଯାଇଛି। ସେହିଭଳି କୋଭିଡ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ୩୧,୭୫୮ ଗାଡି ଜବତ ସହ ୫.୩୦ ଲକ୍ଷ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

ଲୋକମାନଙ୍କୁ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ପାଳନ କରିବାକୁ ନିବେଦନ କରିଛନ୍ତି ଡିଜିପି।

ସେ କହିଛନ୍ତି ଯେ ପୋଲିସର କାମ ହେଉଛି ଜନସାଧାରଣଙ୍କ ସୁରକ୍ଷା, ଅପରାଧକୁ ରୋକିବା ଏବଂ ଆଇନ ଶୃଙ୍ଖଳା ରକ୍ଷା କରିବା। କିନ୍ତୁ ଜୋରିମାନା ଆଦାୟ ପୋଲିସର ପ୍ରମୁଖ କାମ ନୁହେଁ ବୋଲି ସେ କହିଛନ୍ତି।

ଅଭୟ କହିଛନ୍ତି ଯେ “ଆମକୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ କରନ୍ତୁ ନାହିଁ। ସଠିକ୍ ଭାବେ କୋଭିଡ ଆଚରଣ ଅନୁପାଳନ କରନ୍ତୁ। ଯାହା ଫଳରେ ଓଡିଶାରେ କରୋନା ସ୍ଥିତିରେ ସୁଧାର ଆସିବ।

Comments are closed.