Latest Odisha News

ରଣଜୀ ଟ୍ରଫି: ଓଡିଶା ବିପକ୍ଷରେ ଉତରାଖଣ୍ଡର ପ୍ରଥମ ଇନିଂସ ଅଗ୍ରଣୀ

ଡେରାଡୁନ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଓଡିଶାର ପ୍ରଦର୍ଶନ ସେ ଭଳି ସନ୍ତୋଷଜନକ ହୋଇପାରୁ ନାହିଁ । ଏଠାରେ ଚାଲିଥିବା ଏଲିଟ ଗ୍ରୁପ ଏର ଏକ ମ୍ୟାଚରେ ଓଡିଶା ବିପକ୍ଷରେ ଉତରାଖଣ୍ଡ ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିଛି । ଓଡିଶାର ପ୍ରଥମ ଇନିଂସ ସ୍କୋର ୨୧୩ ରନ ଜବାବରେ ଉତରାଖଣ୍ଡ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଅଧିନାୟକ ଜୀବନଜ୍ୟୋତ ସିଂଙ୍କ ଚମତ୍କାର ଶତକ(୧୭୪ ନଟଆଉଟ) ବଳରେ ୩ ୱିକେଟ ବିନିମୟରେ ୩୦୮ ରନ ସଂଗ୍ରହ କରିନେଇଛି । ସେ ସ୍ୱପ୍ନିଳ ସିଂଙ୍କ ସହ ୪ର୍ଥ ୱିକେଟରେ ୧୩୮ ରନର ପାର୍ଟନରଶିପ ସଂଗ୍ରହ କରିଛନ୍ତି । ସ୍ୱପ୍ନିଳ ୬୦ ରନ କରି ଅପରାଜିତ ରହିଛନ୍ତି ।

BjdElectrycity

ପୂର୍ବରୁ ଓଡିଶା କାର୍ତିକ ବିଶ୍ୱାଳ ୪୮, ବିପ୍ଲବ ସାମନ୍ତରାୟ ୪୬ ଓ ଅଭିଷେକ ରାଉତଙ୍କ ୩୨ ରନ ସହାୟତାରେ ୨୧୩ ରନ କରିବାକୁ ସକ୍ଷମ ହୋଇଥିଲା । ଦଳର କୌଣସି ବ୍ୟାଟ୍ସମ୍ୟାନ ଅର୍ଦ୍ଧଶତକ ହାସଲ କରିପାରି ନ ଥିଲେ । ୪ର୍ଥ ୱିକେଟରେ କାର୍ତିକ ଓ ବିପ୍ଲବ ୮୦ ରନର ପାର୍ଟନରଶିପ ସଂଗ୍ରହ କରିଥିଲେ । ବିପକ୍ଷ ଦଳ ପକ୍ଷରୁ ସ୍ୱପ୍ନିଳ ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ମୟଙ୍କ ମିଶ୍ର ୩ଟି ୱିକେଟ ନେଇଥିଲେ ।

Leave A Reply

Your email address will not be published.