Latest Odisha News

BREAKING NEWS

କଂଗ୍ରେସ ନେତା ସୁର ରାଉତରାୟଙ୍କ ଧମକ; ଦାବି ପୂରଣ ନ’ହେଲେ ଆତ୍ମାହୁତି ଦେବି !

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠରେ ଥିବା ଡମ୍ପିଂୟାର୍ଡକୁ ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ଲାଗି କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ ସୋମବାର ଦିନ ଦାବି କରିଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ କଂଗ୍ରେସର ଏହି ବରିଷ୍ଠ ନେତା ଜଣକ କହିଛନ୍ତି, “ଡମ୍ପିଂୟାର୍ଡ ଯୋଗୁଁ ଦାରୁଠେଙ୍ଗ ଓ ଏହାର ଆଖପାଖ ଅଞ୍ଚଳରେ ଗମ୍ଭୀର ଭାବେ ବାୟୁ ପ୍ରଦୂଷିତ ହେଉଛି । ଯାହା ବିଭିନ୍ନ ପ୍ରକାର ରୋଗର କାରଣ ମଧ୍ୟ ପାଲଟୁଛି । ଏଥିପାଇଁ କାଳ ବିଳମ୍ବ ନକରି ଭୁବନେଶ୍ୱର ମହାନଗର ନିଗମ ଉକ୍ତ ଡମ୍ପିଂୟାର୍ଡକୁ କୌଣସି ନିର୍ଜନ ସ୍ଥାନକୁ ସ୍ଥାନାନ୍ତର କରିବା ଉଚିତ୍” ।

ଜଟଣୀ ବ୍ଲକର ପ୍ରାୟ ୨୭ଟି ଗ୍ରାମର ଲୋକଙ୍କର ନିଜସ୍ୱ ଜମିକୁ ସରକାର ତୁରନ୍ତ ଫେରାଇବା ଲାଗି ମଧ୍ୟ ସେ ଦାବି କରିଛନ୍ତି ।

ଆହୁରି ମଧ୍ୟ “ଜାନୁଆରୀ ୨୬ ତାରିଖ ମଧ୍ୟରେ ମୁଁ ଏହି ଦାବି ପୂରଣ ଲାଗି ରାଜ୍ୟ ସରକାରଙ୍କୁ ମହଲତ ଦେଉଛି, ଏହି ସମୟସୀମା ମଧ୍ୟରେ ଦାବି ପୂରଣ ନହେଲେ ମୁଁ ନବୀନ ନିବାସ ସମ୍ମୁଖରେ ଆତ୍ମହୁତି ଦେବି” ବୋଲି ସେ କହିଛନ୍ତି ।

Leave A Reply

Your email address will not be published.