Latest Odisha News

BREAKING NEWS

କଂଗ୍ରେସରେ ଅଛନ୍ତି କିଛି ଖଳନାୟକ; କହିଲେ ଅମର ପ୍ରଧାନ

ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ଅମର ପ୍ରଧାନ ଶନିବାର ଦିନ କହିଛନ୍ତି ଯେ, ଓଡ଼ିଶା କଂଗ୍ରେସରେ କିଛି ବରିଷ୍ଠ ନେତା ଖଳନାୟକର ଭୁମିକା ତୁଲାଉଛନ୍ତି ।

“ଦଳର ଏହି ଖଳନାୟକମାନେ ଶାସକ ଦଳକୁ ହାତ ବାରିସି କରି ନିଜ ଦଳରୁ କିଛି ନେତାଙ୍କୁ ଗିରଫ କରିବାରେ ସହଯୋଗ କରୁଛନ୍ତି । ଏମାନଙ୍କ ମୁଖାଖୋଲି ମୁଁ ଦଳର ସୁପ୍ରିମୋ ସୋନିଆ ଗାନ୍ଧୀଙ୍କୁ ଜଣାଇବି,” ବୋଲି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଶ୍ରୀ ପ୍ରଧାନ ।

ଶ୍ରୀ ପ୍ରଧାନଙ୍କ ଅଭିଯୋଗ ସହିତ ସ୍ୱର ମିଳାଇ ଏଆଇସିସି ସମ୍ପାଦକ ଶରତ ରାଉତ କହିଛନ୍ତି, ଅନ୍ୟ ଦଳ ଗୁଡ଼ିକ ପରି ରାଜ୍ୟ କଂଗ୍ରେସରେ କିଛି ଖଳନାୟକ ରହିଛନ୍ତି, ଯେଉଁମାନେ କି ଅନ୍ୟ ଦଳଲାଗି ଅଧିକ ମୁଣ୍ଡ ଖେଳାଉଛନ୍ତି । ଏମାନଙ୍କୁ ଖୋଜି ବାହାର କରିବା ପରେ ଦଳରୁ ବହିଷ୍କାର କରିବା ଉଚିତ, ବୋଲି ଶ୍ରୀ ରାଉତ କହିଛନ୍ତି ।

କଂଗ୍ରେସ ଦଳରେ ଏବେ କିଛି ନେତା ଅନ୍ୟ କିଛି ବରିଷ୍ଠ ନେତାଙ୍କ ବିରୋଧରେ ବିଷୋଦଗାର କରିଚାଲିଛନ୍ତି । ଏପରିକି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ଖୋଲାଖୋଲି ଭାବେ କ୍ୟାମ୍ପେନ୍ କରିବା ଆରମ୍ଭ କରିଛନ୍ତି । ଦଳ ଗତ ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ କରିବାପରେ ମଧ୍ୟ ନିରଞ୍ଜନଙ୍କୁ ହାଇକମାଣ୍ଡ ଏହି ପଦବୀରେ ରହିବାକୁ ସୁଯୋଗ ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.