ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୩ ତାରିଖରେ ବିଜେପୁର ଅଭିମୁଖେ ଗସ୍ତ କରିବେ ଓଡିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ ।
ଓଡିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଶ୍ରୀ ସିଂହ ଅକ୍ଟୋବର ୧ ତାରିଖରେ କଂଗ୍ରେସ ଭବନରେ ଆୟୋଜିତ ଏକ ପ୍ରେରକ ଟ୍ରେନିଂ ସେସନରେ ଯୋଗ ଦେବେ । ପରେ ସନ୍ଧ୍ୟାରେ ବରିଷ୍ଠ ନେତାଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ।
ଶ୍ରୀ ସିଂହ ଅକ୍ଟୋବର ୨ ତାରିଖରେ ଭୁବନେଶ୍ୱରରେ ଦଳୀୟ ପଦଯାତ୍ରାରେ ଭାଗନେବେ । ପରେ କଟକ ଜିଲ୍ଲା ନିଶ୍ଚତକୋଇଲିରେ ଆୟୋଜିତ ଅନ୍ୟ ଏକ ପଦଯାତ୍ରାରେ ସାମିଲ ହେବା ସଙ୍ଗେସଙ୍ଗେ ସାଲେପୁରରେ ଏକ ଦଳିତ ପରିବାରରେ ଭୋଜନ କରିବେ ବୋଲି ସୂଚନା ମିଳିଛି ।
ପରବର୍ତ୍ତୀ ସମୟରେ ଶ୍ରୀ ସିଂହ ଅକ୍ଟୋବର ୨୧ ତାରିଖରେ ହେବାକୁ ଥିବା ଉପ ନିର୍ବାଚନ ଲାଗି ଦଳର ପ୍ରସ୍ତୁତି ପ୍ରଣାଳୀର ସମୀକ୍ଷା କରିବା ପାଇଁ ୩ରେ ବିଜେପୁର ଗସ୍ତ କରିବେ ।
ଅପରପକ୍ଷରେ ସେହିଦିନ ସନ୍ଧ୍ୟାରେ ବିଜେପୁରରୁ ପ୍ରତ୍ୟାବର୍ତ୍ତନ କରିବା ପରେ ଅକ୍ଟୋବର ୪ ତାରିଖରେ ଶ୍ରୀ ସିଂହ କଂଗ୍ରେସ ଭବନରେ ପ୍ରଖ୍ୟାତ ବ୍ୟକ୍ତିମାନଙ୍କ ସହ ଏକ ବୈଠକରେ ଯୋଗ ଦେବେ ।
Comments are closed.