Latest Odisha News

BREAKING NEWS

ଆଇଏନଏକ୍ସ ଦୁର୍ନୀତି ମାମଲା: ଚିଦାମ୍ବରମଙ୍କ ଜାମିନ ଆବେଦନ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡ଼ିଆ ଦୁର୍ନୀତି ମାମଲାରେ ପୂର୍ବରୁ ଗିରଫ ହୋଇଥିବା ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କ ଜାମିନ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ସୋମବାର ଦିନ ଖାରଜ କରିଦେଇଛନ୍ତି ।

ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।

ଆହୁରି ମଧ୍ୟ ଚିଦାମ୍ବରମଙ୍କୁ ଜାମିନ ମିଳିଲେ ସେ ସାକ୍ଷୀ ମାନଙ୍କୁ ପ୍ରଭାବିତ କରିବାର ଆଶଙ୍କା ରହିଥିବା ଦର୍ଶାଇ କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି ।

ବର୍ତ୍ତମାନ ସମୟରେ ଚିଦାମ୍ବରମ ତିହାର ଜେଲରେ ଦିନ କାଟୁଥିବା ବେଳେ ଏହି ଜାମିନ ଆବେଦନ ଖାରଜ ହେବାପରେ ତାଙ୍କୁ ଜେଲରେ ହିଁ ରହିବାକୁ ପଡିବ ।

ସୂଚନାନୁଯାୟୀ, ୨୦୦୭ ମସିହାରେ ଚିଦାମ୍ବରମ ଏୟାରସେଲ୍-ମାକ୍ସିସ୍ ଚୁକ୍ତିରେ ନିଜ ପଦବୀର ଦୁରୋପଯୋଗ କରିଥିବା ନେଇ କୋର୍ଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦର୍ଶାଇଥିଲା । ଏପରିକି ଏନେଇ ସମ୍ପୂର୍ଣ୍ଣ ପ୍ରମାଣ ମଧ୍ୟ ରହିଛି, ଏଭଳି ସ୍ଥଳେ ତାଙ୍କୁ ଜାମିନ ଦିଆଗଲେ ପ୍ରମାଣ ନଷ୍ଟ କରିବାର ଆଶଙ୍କା ରହିଥିବା ନେଇ ଇଡି କୋର୍ଟରେ ଦର୍ଶାଇଥିଲା । ଏହି ଘଟଣାରେ ପୁଆ କାର୍ତ୍ତି ଚିଦାମ୍ବରମ୍, ଆଇଏନଏକ୍ସର ସହ ପ୍ରତିଷ୍ଠାତା ପିଟର ଓ ଚନ୍ଦ୍ରାଣୀ ମୁଖାର୍ଜି ମଧ୍ୟ ସମ୍ପୃକ୍ତ ରହିଥିଲେ । ଆହୁରି ମଧ୍ୟ ଉଭୟ ପିଟର ଓ ଚନ୍ଦ୍ରାଣୀ ମୁଖାର୍ଜି ବହୁ ଚର୍ଚ୍ଚିତ ଶୀନା ବୋରା ହତ୍ୟାକାଣ୍ଡ ମାମଲାରେ ମୁମ୍ବାଇ ଜେଲରେ ଦିନ କାଟୁଛନ୍ତି ।

Leave A Reply

Your email address will not be published.