Latest Odisha News

BREAKING NEWS

ଉପନିର୍ବାଚନ ପୂର୍ବରୁ ସିବିଆଇ ରେଡ୍‌; ପ୍ରଶ୍ନ ଉଠାଇଲା କଂଗ୍ରେସ

ଭୁବନେଶ୍ୱର: ସିସୋର ଚିଟଫଣ୍ଡ ଦୁର୍ନୀତି ମାମଲାରେ ଶୁକ୍ରବାର ଦିନ ସିବିଆଇର ଏକ ୭ ଜଣିଆ ଟିମ୍ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ଦେବୀ ମିଶ୍ରଙ୍କ ବାସଭବନରେ ଚଢାଉ କରିଛି। ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନିପତି ।

ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପୂର୍ବରୁ ସିବିଆଇ ରେଡ୍ କରାଯାଇଛି । ଯାହା କେବଳ ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ । ଏହା ହେଉଛି ଏକ ଭୋଟ୍ ବ୍ୟାଙ୍କ ରାଜନୀତି ।

ଉଭୟ ବିଜେଡି ଓ ବିଜେପି ଗୋଟିଏ ମୁଦ୍ରାର ଦୁଇ ପାଶ୍ୱର୍ ଭଳି । ଚଳିତ ଥର ରାଜସଭାର ଉପାଧ୍ୟକ୍ଷ ପଦବୀ ପାଇଁ ଏନଡିଏର ପ୍ରାର୍ଥୀଙ୍କୁ ସପୋର୍ଟ କରିଥିଲା ଶାସକ ଦଳ । ତେବେ ଏହି ଚଢାଉ ବିଜେଡିର ସହମତିରେ ହୋଇଥିବା ନେଇ ସେ ପ୍ରକାଶ କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ କୋଭିଡ ୧୯ ପରିଚାଳନାରେ ବିଫଳ ହୋଇ ବିଜେଡି ଲୋକଙ୍କର ବିଶ୍ୱାସ ହରାଇଛି । ଏପରିକି ଏହି ଘଟଣାକୁ ଅନେକ ଦିନ ହୋଇଥିଲେ ମଧ୍ୟ ନିର୍ବାଚନ ପୂର୍ବରୁ କାହିଁକି ହଠାତ୍ ଏହି ରେଡ୍ କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ।

ତେବେ ଏଭଳି ଦାବିକୁ ଖଣ୍ଡନ କରିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ।

Leave A Reply

Your email address will not be published.