Latest Odisha News

BREAKING NEWS

ନାବାଳକଙ୍କ ମାଆକୁ ହତ୍ୟା ଘଟଣା : ପାରିବାରିକ ଅଶାନ୍ତି ହୋଇପାରେ ହତ୍ୟାକାଣ୍ଡର କାରଣ

ଭୁବନେଶ୍ୱର : ସୁନ୍ଦରପଦା ଅଂଚଳରେ ଗତକାଲି ଦୁଇ ନାବାଳକ ପୁଅ ମାଆକୁ ହତ୍ୟା କରିବା ଘଟଣାରେ ଆଜି ନୂଆ କଥା ପଦାକୁ ଆସିଛି ।

ପୋଲିସ ସୂତ୍ରରୁ ଜଣାପଡିଛି ଯେ ମୃତକଙ୍କ ସ୍ୱାମୀ ନିହାର ପ୍ରଧାନ ୨୦୧୧ରେ ଅମିତ ପ୍ରଧାନ ନାମକ ଜଣେ ଯୁବକଙ୍କୁ ହତ୍ୟା କରିଥିଲେ । ଏଥିରେ ଦୋଷୀ ସାବ୍ୟସ୍ତ ହେବା ପରେ କୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଛି । ସେ ବର୍ତ୍ତମାନ ପୁରୀ ଜେଲରେ ବନ୍ଦୀ ଜୀବନ କାଟୁଛନ୍ତି । ହତ୍ୟାକାଣ୍ଡ ଭିଆଇବା ପୂର୍ବରୁ ନିହାର ରାଉରକେଲାର ଏକ ଘରୋଇ କମ୍ପାନୀରେ କାମ କରୁଥିବା ଜଣାପଡିଛି । କିନ୍ତୁ ଗତକାଲି ହତ୍ୟାକାଣ୍ଡ ଭିଆଇଥିବା ଦୁଇ ନାବାଳକ ପୁଅଙ୍କୁ ପଚରାଉଚରା ବେଳେ ସେମାନେ ନିହାର ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ କାମ କରନ୍ତି ବୋଲି ଭୁଲ ତଥ୍ୟ ଦେଇଥିଲେ ।

ଡିସିପିଙ୍କ କହିବାନୁଯାୟୀ, ଘଟଣାକୁ ଅନୁଧ୍ୟାନ କରିବା ପରେ ଯାହା ଜଣାପଡୁଛି ପରିବାରରେ ଲାଗି କହିଥିହା ଅଶାନ୍ତି ଯୋଗୁଁ ଏହି ହତ୍ୟାକାଣ୍ଡ ହୋଇଛି ।

ତେବେ ହତ୍ୟାର ଶିକାର ହୋଇଥିବା ବିନୋଦିନୀ ମିଶ୍ର ପ୍ରତିଦିନ ମଦ୍ୟପାନ କରୁଥିଲେ । ଏପରିକି ପିଲାମାନଙ୍କୁ ଠିକ୍ ସମୟରେ ଖାଇବାକୁ ମଧ୍ୟ ଦେଉ ନଥିବା ପିଲାମାନେ କହିଛନ୍ତି । ଘରର ଅଧିକାଂଶ କାମ ପିଲାମାନେ କରୁଥିବା ବେଳେ କୌଣସି କଥା ନତାଇ ସେ ପିଲାମାନଙ୍କୁ ନିସ୍ତୁକ ମାଡ ମାରୁଥିଲେ । ଘଟଣା ଦିନ ରାତିରେ ପିଲାମାନଙ୍କୁ ଭୋକ ଲାଗିବାରୁ ସେମାନେ ମାଆଙ୍କୁ ଖାଇବାକୁ ମାଗିଥିଲେ । କିନ୍ତୁ ସେ ଓଲଟା ଗାଳି ଗୁଲଜ କରିଥିଲେ । ଗୋଟିଏ ପଟେ ଅସମ୍ଭାଳ ଭୋକ ଯେଗୁଁ ସେମାନେ ଏକ ଶାବଳରେ ମାଆଙ୍କ ମୁଣ୍ଡକୁ ପିଟି ଦେଇଥିଲେ । ଏହା ପରେ ଦୁଇ ଭାଇ ଘରୁ ବାହାରି ଯାଇଥିଲେ । ତା ପରେ ଜଣେ ପଡୋଶୀଙ୍କୁ ଫୋନ କରି ମାଆଙ୍କୁ କେହି ଆକ୍ରମଣ କରିଥିବା କହି ଫୋନ କାଟି ଦେଇଥିଲେ । ପଡୋଶୀ ଆସି ଦେଖିଲା ବେଳକୁ ବିନୋଦିନୀଙ୍କ ରକ୍ତ ଜୁଡୁବୁଡୁ ଶରୀର ଚଟାଣରେ ପଡିଥିଲା । କିନ୍ତୁ ପିଲା ଦୁଇ ଜଣ ଘରେ ନ ଥିଲେ । ସେ ତୁରନ୍ତ ଏୟାରଫିଲ୍ଡ ଥାନାକୁ ଖଭର ଦେଇଥିଲେ ।

ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ପରଖିବା ସହ ପ୍ରଥମେ ପିଲା ଦୁଇ ଜଣଙ୍କୁ ଖୋଜି ବାହାର କରିବା ପାଇଁ ଉଦ୍ୟମ କରିଥିଲା । ଶେଷରେ ଭୁବନେଶ୍ୱର ଷ୍ଟେସନ ନିକଟରୁ ଦୁହିଁଙ୍କୁ ପାଇଥିଲା ।

Leave A Reply

Your email address will not be published.