Latest Odisha News

ପୁରୀ ଗସ୍ତ ବେଳେ ସମ୍ବିତ ପାତ୍ରଙ୍କୁ କଳାପତାକା ପ୍ରଦର୍ଶନ

ପୁରୀ: ପୁରୀ ଗସ୍ତରେ ଆସି ବିଚ ରାସ୍ତାରେ ହଟହଟା ହୋଇଛନ୍ତି ପୁରୀ ଲୋକସଭା ଆସନର ବିଜେପି ପ୍ରାର୍ଥୀ ତଥା ଦଳର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ଆଜି ପୁରୀ ଗସ୍ତରେ ଆସିଥିବା ବେଳେ ତାଙ୍କୁ ରାସ୍ତା ମଝିରେ ଛାତ୍ର କଂଗ୍ରେସ ଘେରିଥିଲା । ଦଳୀୟ ପତାକା ଦେଖାଇବା ସହିତ କଳା ପତାକା ପ୍ରଦର୍ଶନ କରାଯାଇଥିବା ଛାତ୍ର କଂଗ୍ରେସ ଦାବି କରିଛି । ଯାହାର ଭିଡିଓ ମଧ୍ୟ ସୋଶିଆଲ ମିଡିଆରେ ଭାଇରାଲ ହେଉଛି।

ପୁରୀରେ କୌଣସି ଏକ ରାସ୍ତାରେ ସମ୍ବିତ ପାତ୍ରଙ୍କ କାର ଯାଉଥିଲା। ଏହି ସମୟରେ ପୂର୍ବ ପ୍ରାୟୋଜିତ ଛାତ୍ର କଂଗ୍ରେସ ନେତା କାର ଆଗକୁ ଆସି ଦଳୀୟ ପତାକା ପ୍ରଦର୍ଶନ କରିଥିଲେ। ଏହାପରେ ଛାତ୍ର କଂଗ୍ରେସ ଜିନ୍ଦାବାଜ ନାରାବାଜି ଦେବା ସହିତ ବିଜେପି ବିରୋଧରେ ନାରା ଦେଇଥିଲେ। ପରେ କାରର ଆଗ ସିଟରେ ବସିଥିବା ସମ୍ବିତଙ୍କ ଉପରେ କାଳି ମାଡ କରିବାକୁ ଛାତ୍ର କଂଗ୍ରେସ ନେତା ପ୍ରୟାସ କରିଥିଲେ। ହେଲେ ସମ୍ବିତଙ୍କ କାରର କାଚ ବନ୍ଦ ଥିବାରୁ କାରଟିରେ କେବଳ କାଳି ମାଡ ହୋଇଥିଲା।

ଛାତ୍ର କଂଗ୍ରେସର ସଭାପତି ୟାଶୀର ନୱାଜ କହିଛନ୍ତି, ବିଜେପିର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ପୁରୀରେ କାଳି ମାଡ଼ ସହ କଳା ପତାକା ପ୍ରଦର୍ଶନ ହୋଇଛି। ଯେ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଗ୍ୟାସ, ପେଟ୍ରୋଲ ଡିଜେଲ ମୂଲ୍ୟ ହ୍ରାସ କରିନାହାନ୍ତି ସେ ପର୍ଯ୍ୟନ୍ତ ବିଜେପିର ସମସ୍ତ ନେତାଙ୍କ ଉପରେ କାଳି ମାଡ଼ କରିବା ସହିତ କଳାପତାକା ପ୍ରଦର୍ଶନ କରିବ ବୋଲି ଛାତ୍ର କଂଗ୍ରେସ କହିଛି।

ଉଲ୍ଲେଖଯୋଗ୍ୟ, ଗତକାଲି ମଧ୍ୟ ଛାତ୍ର କଂଗ୍ରେସ ଦରଦାମ ବୃଦ୍ଧିକୁ ପ୍ରତିବାଦ କରି ଭୁବନେଶ୍ୱରରେ ପ୍ରତିବାଦ କରିଥିଲା। ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହେବା ସହିତ ହୁ ହୁ ହୋଇ ଖାଦ୍ୟ ସାମଗ୍ରୀର ଦାମ ବଢି ଚାଲିଛି। ଯାହାକୁ ବିରୋଧ କରି ଗତକାଲି ଛାତ୍ର କଂଗ୍ରେସ ବିରୋଧ ପ୍ରଦର୍ଶନ କରିଥିଲା। ଏହାରରେ ଛାତ୍ର କଂଗ୍ରେସ ଘୋଷଣା କରିଥିଲା 2014 ପାଖରୁ କେନ୍ଦ୍ରର ମୋଦୀ ସରକାର ଗ୍ୟାସ ଦର ବଢାଇ ଚାଲିଛନ୍ତି । 2014 ପୂର୍ବରୁ ଯେଉଁ ଗ୍ୟାସ ଦର 410 ଟଙ୍କା ଥିଲା ତାହା ଏବେ 1000 ଟଙ୍କା ଟପିଛି । ଏହା ହାଣ୍ଡିଶାଳ ଉପରେ ପ୍ରଭାବ ପକାଇଛି ବୋଲି ଛାତ୍ର କଂଗ୍ରେସ କହିଥିଲା।

Comments are closed.