Latest Odisha News

BREAKING NEWS

କଙ୍ଗନାଙ୍କ ପାଇଁ ଜୀବନସାଥୀ ଖୋଜିବେ ଅର୍ଜୁନ !

ମୁମ୍ବାଇ: ବଲିଉଡ କୁଇନ ଭାବେ ପରିଚିତ କଙ୍ଗନା ରାନାୱତଙ୍କ ପାଇଁ ବର ଖୋଜିବେ ଅର୍ଜୁନ ରାମପାଲ । ସେ ଜଣେ ଚମତ୍କାର ଅଭିନେତ୍ରୀ ଏବଂ ଭଲ ବୋହୂ ହେବା ପାଇଁ ସମସ୍ତ ଗୁଣ ରଖିଛନ୍ତି ବୋଲି ଅର୍ଜୁନ କହିଛନ୍ତି । ଧାକଡ ଫିଲ୍ମରେ ଅର୍ଜୁନ ଏବଂ କଙ୍ଗନା ଏକତ୍ର ଅଭିନୟ କରୁଛନ୍ତି । ଏହି ଫିଲ୍ମ ମାଧ୍ୟମରେ ମୁଁ କଙ୍ଗନାଙ୍କୁ ଭଲ ଭାବେ ଚିହ୍ନିପାରିଛି । ସେ ଯେତେ ସିରିୟସ ଦେଖାଯାଆନ୍ତି ସେତେ ନୁହନ୍ତି । ମୁଁ ତାଙ୍କ ପାଇଁ ଭଲ ଜୀବନସାଥୀ ଖୋଜିପାରିବି ବୋଲି ସେ କହିଛନ୍ତି । କଙ୍ଗନା ପ୍ରବଳ ଈଶ୍ୱର ବିଶ୍ୱାସୀ ଏବଂ ଯୋଗକୁ ବସନ୍ଦ କରନ୍ତି ।

BjdElectrycity

କଙ୍ଗନା ମଧ୍ୟ ଏହି ଅବସରରେ ଅର୍ଜୁନଙ୍କୁ ପ୍ରଶଂସା କରିଥିଲେ । ସେ କହିଥିଲେ ମୋ ପରି ଅର୍ଜୁନ ମଧ୍ୟ ସତ କୁହନ୍ତି ବୋଲି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥାଏ । ସେ ପୁରୁଷ ଲୋକ ବୋଲି ବଂଚି ଯାଆନ୍ତି ଓ ମୁଁ ମହିଳା ହେବା ଯୋଗୁ ବେଶୀ ବିବାଦ ସୃଷ୍ଟି ହୁଏ । ଉଭୟଙ୍କ ବହୁ ପ୍ରତୀକ୍ଷିତ ଧାକଡ ଫିଲ୍ମ ମେ ୨୦ରେ ରିଲିଜ ହେବ । ଫିଲ୍ମର ନିର୍ଦ୍ଦେଶକ ରଜନୀଶ ଘାଇ କଙ୍ଗନାଙ୍କ କାମକୁ ଭୂୟସୀ ପ୍ରଶଂସା କରିବା ସହ ଫିଲ୍ମର ସଫଳତା ନେଇ ଦୃଢ଼ ଆଶା ପୋଷଣ କରିଛନ୍ତି ।

Leave A Reply

Your email address will not be published.