Latest Odisha News

BREAKING NEWS

କୃଷକଙ୍କ ଭାରତ ବନ୍ଦ ଡକରାକୁ ରାଜ୍ୟ କଂଗ୍ରେସର ସମର୍ଥନ

ଭୁବନେଶ୍ୱର: ଆସନ୍ତା ୮ ତାରିଖରେ କୃଷକ ସଂଗଠନ ଭାରତ ବନ୍ଦ ଡକରା ଦେଇଛି । ଏହାକୁ ସମର୍ଥନ କରିବ ଓଡ଼ିଶା କଂଗ୍ରେସ । ଏନେଇ ଭିଡିଓ ବାର୍ତ୍ତାରେ ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି, କଂଗ୍ରେସ ଦଳ ଭାରତ ବନ୍ଦ ଡାକରାକୁ ସମର୍ଥନ କରୁଛି । ଚାଷୀମାନେ ଆମର ଅନ୍ନଦାତା । ଅର୍ଥନୀତିର ମେରୁଦଣ୍ଡ । ଏହାସହ ନିରଞ୍ଜନ ପଟ୍ଟନାୟକ ବନ୍ଦକୁ ସଫଳ କରିବା ପାଇଁ ଓଡିଶାବାସୀଙ୍କୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.