Latest Odisha News

BREAKING NEWS

କୃଷକଙ୍କ ମାମଲା ମାଗଣାରେ ଲଢିବାକୁ ପ୍ରସ୍ତୁତ; ଏସ୍‌ସି ବାର୍‌ ଆସୋସିଏସନ୍‌ ଅଧ୍ୟକ୍ଷ

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ କୃଷକମାନଙ୍କ ଆନ୍ଦୋଳନ ଜାରି ରହିଛି ଏବଂ ସରକାରଙ୍କ ସହ ପଞ୍ଚମ ପର୍ଯ୍ୟାୟ ଆଲୋଚନା ପୂର୍ବରୁ କୃଷକମାନେ ଏକ ବଡ଼ ଘୋଷଣା କରିଛନ୍ତି ଯେ ଶନିବାର ଦିନ କୃଷକ ସଂଗଠନ ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିବେ। ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ମଧ୍ୟ ଦେଇଛନ୍ତି। ଏହି ସମୟରେ ସୁପ୍ରିମକୋର୍ଟର ବାର୍‌ ଆସୋସିଏସନର ସଭାପତି କହିଛନ୍ତି ଯେ ଚାଷୀଙ୍କ ପାଇଁ ମାଗଣାରେ ଏହି ମାମଲା ବିରୋଧରେ ଲଢିବାକୁ ସେମାନେ ପ୍ରସ୍ତୁତ ଅଛନ୍ତି।

କୃଷକ ସଂଗ୍ରାମ କମିଟି ସଦସ୍ୟଙ୍କ  ବୈଠକ ପରେ ସୁପ୍ରିମକୋର୍ଟ ବାର ଆସୋସିଏସନର ସଭାପତି ତଥା ଆଡଭୋକେଟ ଦୁଶାନ୍ତ ଦଭେ କହିଛନ୍ତି ଯେ ଯଦି କୃଷକମାନେ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ  କୌଣସି ମାମଲା ଲଢିବାକୁ ଚାହାଁନ୍ତି, ତେବେ ମୁଁ ମାଗଣାରେ ମାମଲା ଲଢିବାକୁ ପ୍ରସ୍ତୁତ ଅଛି। ମୁଁ କୃଷକମାନଙ୍କ ସହିତ ଛିଡା ହୋଇଛି।

ଆଡଭୋକେଟ୍ ଏଚ୍.ଏସ୍ ଫୁଲ୍କା କହିଛନ୍ତି ଯେ ସୁପ୍ରିମକୋର୍ଟ ବାର୍ ଆସୋସିଏସନର ସଭାପତିଙ୍କ ଏହି ପ୍ରସ୍ତାବକୁ ଆମେ ସ୍ୱାଗତ କରୁଛୁ। ସରକାର ଭାବିବା ଉଚିତ ଯେ ଯେତେବେଳେ ଦେଶର ବରିଷ୍ଠ ଆଇନଜୀବୀମାନେ କହୁଛନ୍ତି ଯେ ଏହି ଆଇନଗୁଡ଼ିକ କୃଷକଙ୍କ ସ୍ୱାର୍ଥରେ ନାହିଁ, ତେବେ ସରକାର ଏ ବିଷୟରେ ଚିନ୍ତା କରିବା ଉଚିତ୍।

Leave A Reply

Your email address will not be published.