Latest Odisha News

ଜାନୁଆରୀରେ ରାଜ୍ୟ କଂଗ୍ରେସକୁ ନୂଆ ମଙ୍ଗୁଆଳ: ମୋକିମ୍

ଭୁବନେଶ୍ୱର: ୨୦୨୫ ଜାନୁଆରୀ ଆରମ୍ଭରେ ରାଜ୍ୟ କଂଗ୍ରେସକୁ ନୂଆ ମଙ୍ଗୁଆଳ ମିଳିବ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ବରିଷ୍ଠ ନେତା ମହମ୍ମଦ ମୋକିମ୍।

ବିନା ମୁଖିଆରେ ୫ ମାସ ବିତିଲାଣି। ଏବେ ନୂଆ ବର୍ଷକୁ ଅପେକ୍ଷା।୨୪ ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଗତ ଜୁଲାଇ ୨୧ରେ ରାଜ୍ୟ କଂଗ୍ରେସର ସବୁ କମିଟିକୁ ଭାଙ୍ଗି ଦେଇଥିଲା ଏଆଇସିସି। ସେବେଠୁ ସାଂଗଠନିକ କ୍ଷେତ୍ରରେ ଦଳ ସମ୍ପୂର୍ଣ୍ଣ ସ୍ଥାଣୁ ପାଲଟି ଯାଇଥିବାବେଳେ ବିଭିନ୍ନ ପ୍ରସଙ୍ଗରେ ଲୋକଙ୍କ ସମସ୍ୟାକୁ ଧରି ବି ଜୋରଦାର ଲଢ଼େଇ ପାଇଁ ମଇଦାନକୁ ଓହ୍ଲାଇ ପାରୁନି।

କିଏ ହେବେ ପ୍ରଦେଶ କଂଗ୍ରେସର ନୂଆ ମଙ୍ଗୁଆଳ? କାହା ନେତୃତ୍ୱରେ ଏଠି ଆଗକୁ ବଢ଼ିବ ଦେଶର ସର୍ବପୁରାତନ ଦଳ? କେତେବେଳେ ମୋକିମ୍ ତ କେତେବେଳେ ତାରା, ପୁଣି କେତେବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଦାସ, ଜୟଦେବ ଜେନା ଓ ଶ୍ରୀକାନ୍ତ ଜେନାଙ୍କ ନାଁକୁ ନେଇ ହୋଇ ଆସୁଛି ଜୋରଦାର ଚର୍ଚ୍ଚା।

ଉଲ୍ଲେଖଥାଉ, ନଭେମ୍ବର ୪ରେ ପିସିସି ସଭାପତି ଚୟନ ପାଇଁ ଓଡ଼ିଶା ଆସିଥିଲା ଚରଣଦାସ ମହନ୍ତ ଓ ମିନାକ୍ଷୀ ନଟରାଜନଙ୍କ ଟିମ୍। ସେମାନେ ଏଆଇସିସିକୁ ରିପୋର୍ଟ ଦେଇ ସାରିଥିବାବେଳେ ଏବେ ନୂଆବର୍ଷରେ ନୂଆ ମଙ୍ଗୁଆଳ ଭାବେ କାହାକୁ ବାଛୁଛି କଂଗ୍ରେସ। ତାହାକୁ ଅପେକ୍ଷା।

 

Comments are closed.