Latest Odisha News

BREAKING NEWS

ଆଜି ତାତିରୁ ମିଳିବ ସାମାନ୍ୟ ଆଶ୍ୱସ୍ତି,ପୁଣି ୨୬ ପରେ ପ୍ରଚଣ୍ଡ ତାତିରେ କଲବଲ ହେବ  ଓଡ଼ିଶା

ଭୁବନେଶ୍ବର: କିଛି ଦିନ ହେବ ସାରା ରାଜ୍ୟରେ  ଗ୍ରୀଷ୍ମ ପ୍ରବାହ ଲାଗି ରହିଥିଲା । ଏବେ ସେ ତାତିରୁ ମିଳିବ ଆଶ୍ୱସ୍ତି । ତେବେ ଆଜି ପଶ୍ଚିମ ଓଡ଼ିଶାରେ ସାମାନ୍ୟ ବର୍ଷା ହୋଇପାରେ । ୨୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ରହିପାରେ ବୋଲି ପୂର୍ବାନୁମାନ କରିଛି ପାଣପାଗ ବିଭାଗ । ଯାହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ଦିନ ତାପମାତ୍ରାର ୨ରୁ ୩ଡିଗ୍ରୀ ଯାଏ ହ୍ରାସ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ସେହିପରି ଗତ କାଲି ବୌଦ୍ଧ ଓ ବାରିପଦା ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା । ୪୫.୨ଡିଗ୍ରୀ ସର୍ବୋଚ୍ଚ ଦିନ ତାପମାତ୍ରା ରେକର୍ଡ କରାଯାଇଥିଲା  ।ସେହିପରି ଅସହ୍ୟ ତାତିରେ ସନ୍ତୁଳି ହେଉଛି ଝାରସୁଗୁଡା, ସମ୍ବଲପୁର, ରାଉରକେଲା, ହୀରାକୁଦ, ଚାନ୍ଦବାଲି, ଭୁବନେଶ୍ୱର ଓ ବାଲେଶ୍ୱର । ଆଜିଠାରୁ ପଶ୍ଚିମା-ଝଡ ପାଇଁ କାଳବୈଶାଖୀ ପ୍ରଭାବରେ ୨ରୁ ୩ଡିଗ୍ରୀ କମିପାରେ ଦିନ ତାପମାତ୍ରା । ଫଳରେ ତାତିରୁ ସାମୟିକ ଆଶ୍ୱସ୍ତି ମିଳିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । କିନ୍ତୁ ୨୬ ପରେ ପ୍ରଚଣ୍ଡ ତାତିରେ କଲବଲ ହେବ  ଓଡ଼ିଶା ।

 

Leave A Reply

Your email address will not be published.