Latest Odisha News

BREAKING NEWS

ଟ୍ରଲର ଧକ୍କା ଦେଲା ଭ୍ୟାନକୁ , ୯ ମୃତ, ଜଣେ ଗୁରୁତର ଆହତ

ଜୟପୁର: ଟ୍ରଲର ଧକ୍କା ଦେଲା ଭ୍ୟାନକୁ । ଏହି ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି।  ଏହି ସଡ଼କ ଦୁର୍ଘଟଣାଟି ରାଜସ୍ଥାନର ଝାଲାୱାଡ ଜିଲ୍ଲା ପଞ୍ଚୋଲ ନିକଟରେ ଘଟିଛି । ଏମାନେ ସମସ୍ତେ ଏକ ବିବାହ ପ୍ରସେସନ ସାରି ଫେରୁଥିବା ବେଳେ ଦୁର୍ଘଟଣା ଟି ଘଟିଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଧକ୍କା ହେବା ପରେ ଭ୍ୟାନଟି ଖଣ୍ଡ ଖଣ୍ଡ ହୋଇଯାଇଥିଲା । ସୂଚନା ମୁତାବକ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା ।

ସୂଚନା ଅନୁସାରେ ଭ୍ୟାନରେ ଯାତ୍ରା କରୁଥିବା ଲୋକମାନେ ମଧ୍ୟପ୍ରଦେଶର ଖିଲଚିପୁରରୁ ଏକ ବିବାହ ଉତ୍ସବରେ ଯୋଗଦେବା ପରେ ନିଜ ଘରକୁ  ଫେରୁଥିଲେ । ଏହି ସମୟ ମଧ୍ୟରେ, NH ୫୨ ରେ ପଞ୍ଚୋଲ ନିକଟରେ ଟ୍ରଲର ଏକ ମାରୁତି ଭ୍ୟାନକୁ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ଟ୍ରଲର ଡ୍ରାଇଭର ଫେରାର ରହିଥିବା କୁହାଯାଉଛି । ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଭ୍ୟାନରେ ଫସି ରହିଥିବା ଆହତମାନଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲା। ଯେଉଁଠାରେ ଡାକ୍ତର ୯ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଏବଂ ଜଣେ ଆହତ ବ୍ୟକ୍ତିଙ୍କ ଚିକିତ୍ସା କରାଯାଉଛି ।

Leave A Reply

Your email address will not be published.