Latest Odisha News

BREAKING NEWS

ତାତିରେ ଛଟପଟ ଅଧା ଓଡ଼ିଶା, ୪୧ ଡିଗ୍ରୀ ଉପରେ ୫ ସହର

ଭୁବନେଶ୍ବର: ତତଲା କଡେଇରେ ଭାଜି ହଉଛି ଓଡ଼ିଶା। ମୌସୁମୀ ଓଡ଼ିଶା ଛୁଇଁଥିଲେ ମଧ୍ଯ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରୁ ମିଳୁନି ରକ୍ଷା। ଆଜି ୪୧ ଡିଗ୍ରୀ ଉପରେ ରହିଛି ରାଜ୍ୟର ୫ ସହର। ନୂଆପଡ଼ାରେ ସର୍ବାଧିକ ୪୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ସେହିପରି ବଲାଙ୍ଗିରରେ ୪୧.୫, ବୌଦ୍ଧରେ ୪୧.୨, ଭବାନୀପାଟଣା ଓ ଟିଟିଲାଗଡ଼ରେ ୪୧, ପାରଳାଖେମୁଣ୍ଡି ଓ ସୋନପୁରରେ ୪୦.୭, ଝାରସୁଗୁଡ଼ାରେ ୪୦.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ଢେଙ୍କାନାଳରେ ୪୦.୪, ଭୁବନେଶ୍ୱରରେ ୩୯.୮ ଓ କଟକରେ ୩୮.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ସେପଟେ ପ୍ରଚଣ୍ଡ ଖରା ଓ ଗୁଳୁଗୁଳିରୁ ରାଜଧାନୀବାସୀଙ୍କୁ ମିଳିଛି ସାମାନ୍ୟ ଆଶ୍ୱସ୍ତି । ରାଜଧାନୀ ଭୁବନେଶ୍ଵରର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇଛି। ତେବେ ଏପରି ଆହୁରି ଦୁଇ ଦିନ କଲବଲ କରିବ ଗୁଳୁଗୁଳି । ଉପକୂଳ ଓଡ଼ିଶାରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେବ । ଏହି ଦୁଇ ଦିନ ମଧ୍ୟରେ ବିଭିନ୍ନ ସ୍ଥାନରେ ଅପରାହ୍ନରେ କାଳବୈଶାଖୀ ହେବାର ସମ୍ଭାବନା ଥିଲେ ବି ଗୁଳୁଗୁଳି ଜାରି ରହିବ ।

ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ରାଜ୍ୟରେ ୨୦ ତାରିଖରୁ ବିଭିନ୍ନ ସ୍ଥାନରେ ବର୍ଷା ବଢିବା ସହ ସ୍ଥିତିରେ ପରିବର୍ତ୍ତନ ଆସିବ।

Leave A Reply

Your email address will not be published.