Latest Odisha News

BREAKING NEWS

ଆଇପିଏଲ୍ ମ୍ୟାଚ୍ ଦେଖୁଦେଖୁ ଉଡିଗଲା ପ୍ରାଣବାୟୁ !

ରାୟଗଡା: କାଳ ସାଜିଲା ମୋବାଇଲରେ ଆଇପିଏଲ୍ ମ୍ୟାଚ ଦେଖିବା । ମ୍ୟାଚ ଦେଖୁଦେଖୁ ଅକାଳରେ ଚାଲିଗଲା ଜୀବନ । ଏମିତି ଏକ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ଓଡିଶାର ରାୟଗଡା ଜିଲ୍ଲା । ଯେଉଁଠି ଖେଳ ନିଶା ପାଇଁ ଚାଲିଯାଇଛି ଜଣେ ପୋଲିସ କର୍ମଚାରୀଙ୍କ ଜୀବନ ।

ତିନି ମହଲା ଉପରୁ ଖସିପଡିଥିଲେ ଓଡିଶା ପୋଲିସର ଜଣେ କନେଷ୍ଟବଳ । ମଙ୍ଗଳବାର ଛାତ ଉପରେ ବସି ମୋବାଇଲରେ ଦେଖୁଥିଲେ ଆଇପିଏଲ୍ ମ୍ୟାଚ । ରାୟଗଡା ଚାନ୍ଦିଲି ଅଂଚଳରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି । ମୃତ କନେଷ୍ଟବଳଙ୍କ ପରିଚୟ ୟୋଗେଶ୍ୱର ଦାସ ଓ ସେ ନବରଙ୍ଗପୁର ବାସିନ୍ଦା ବୋଲି ଜଣାପଡିଛି ।

ରିପୋର୍ଟ ଅନୁସାରେ ମଙ୍ଗଳବାର ସଂଧ୍ୟାରେ ମୃତ ୟୋଗେଶ୍ୱର ପୋଲିସ ବାରାକ୍ ଛାତ ଉପରେ ବସି ମୋବାଇଲରେ ଆଇପିଏଲ ମ୍ୟାଚ ଦେଖୁଥିଲେ । ଅତ୍ୟଧିକ ଉତ୍ସାହିତ ହେବା ଫଳରେ ସେ ଭାରସାମ୍ୟ ହରାଇ ଛାତ ଉପରୁ ଖସିପଡିଥିଲେ । ହସ୍ପିଟାଲ ନେବାବେଳେ ରାସ୍ତାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ୨୦୧୩ରେ ପୋଲିସ ବିଭାଗରେ ଯୋଗଦେଇଥିବା ୟୋଗେଶ୍ୱର ମାତ୍ର ୫ମାସ ପୂର୍ବରୁ ରାୟଗଡାକୁ ବଦଳି ହୋଇ ଆସିଥିଲେ ।

Leave A Reply

Your email address will not be published.