Latest Odisha News

BREAKING NEWS

ବିନା ହେଲମେଟରେ ଗାଡି ଚଳାଇ ଫାଇନ ଭରିଲେ ପୋଲିସ ବାବୁ

ବଲାଙ୍ଗୀର: ହେଲମେଟ ନ ପିନ୍ଧି ଜଣେ ପୋଲିସ ବାବୁ ଦୁଇ ଚକିଆ ଯାନ ଚଳାଇବାର ଭିଡିଓ ମଙ୍ଗଳବାର ଦିନ ଭାଇରାଲ ହୋଇଥିଲା । ଯାହାଫଳରେ ତାଙ୍କୁ ଜୋରିମାନା ସଦୃଶ ୧୦୦୦ ଟଙ୍କା ଦେବାକୁ ପଡିଛି ।

ସମ୍ପୃକ୍ତ ବ୍ୟକ୍ତି ଜଣକ ହେଉଛନ୍ତି ସବ୍-ଇନ୍ସପେକ୍ଟର ଅଭିନାଶ ନାୟକ।

ଟ୍ରାଫିକ୍ ନିୟମ ଉଲଘଂନ କରିଥିବା ଯୋଗୁଁ ଶ୍ରୀ ନାୟକଙ୍କ ଠାରୁ ୧୦୦୦ ଟଙ୍କା ଜୋରିମାନା ଆଣିବାକୁ ବାଲାଙ୍ଗୀର ଏସପି ସନ୍ଦୀପ ମାଡକର ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ।

ସୂଚନାଯୋଗ୍ୟ, ଗତ ଛଅ ମାସଯାଏଁ ଟ୍ରାଫିକ୍ କଟକଣାରେ କୋହଳ କରାଯାଇଥିବା ବେଳେ ମାର୍ଚ୍ଚ ୧ ରୁ ଓଡିଶାରେ ନୂତନ ମୋଟର ଯାନ ଅଧିନିୟମ ୨୦୧୯ କୁ କଡାକଡି ଲାଗୁ କରାଯାଇଛି । ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ପ୍ରଥମ ଦୁଇ ଦିନରେ ସାରା ରାଜ୍ୟରେ ୩,୧୭୫ ଟ୍ରାଫିକ ଉଲ୍ଲଂଘନକାରୀଙ୍କ ବିରୋଧରେ ୧.୬୪ କୋଟି ଟଙ୍କା ଇ-ଚାଲାଣ କଟାଯାଇଛି ।

Leave A Reply

Your email address will not be published.