Latest Odisha News

BREAKING NEWS

ହାତ ମିଳାଅନି, ଆଲିଙ୍ଗନ କରନି: ସ୍ୱାସ୍ଥ୍ୟ ସଚିବ

ଭୁବନେଶ୍ୱର: କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଳୟ ପକ୍ଷରୁ ସମୀକ୍ଷା ବୈଠକ ହୋଇଛି । ଲୋକସେବା ଭବନରେ ସ୍ୱାସ୍ଥ୍ୟ ସଚିବ ନିକୁଂଜ ଧଳଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଛି । ଓଡ଼ିଶାରେ କରୋନା ପରୀକ୍ଷାର ବ୍ୟବସ୍ଥା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅବଗତ କରାଯିବ ବୋଲି ସ୍ୱାସ୍ଥ୍ୟ ସଚିବ କହିଛନ୍ତି । କଟକ ଏସ୍‌ସିବି ଓ ଆର୍‌ଏମ୍‌ଆର୍‌ସିରେ ରକ୍ତ ପରୀକ୍ଷା ବ୍ୟବସ୍ଥା କରାଯିବ । କୌଣସି ସ୍ଥାନରେ ଏକାଠ ନହେବା ଓ ସଭାସମିତି ନକରିବା ପାଇଁ ପରାମର୍ଶ ଦିଆଯାଇଛି ।
ସେହିପରି କରମର୍ଦ୍ଦନ ବା ଆଲିଙ୍ଗନ ନକରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଆଖି, ନାକ, ପାଟିକୁ ବାରମ୍ବାର ସ୍ପର୍ଶ ନକରିବାକୁ ସଚେତନ କରାଯାଉଛି ବୋଲି ସେ କହିଛନ୍ତି । ଏବେ ରାଜ୍ୟରେ ୧୧୫ ଜଣ କରୋନା ସନ୍ଦେହରେ ଚିକିତ୍ସିତ ହେଉଛନ୍ତି । ସମସ୍ତଙ୍କୁ ଆଇସୋଲେସନ୍‌ରେ ରଖାଯାଇଛି। କରୋନା ତଦାରଖ ପାଇଁ ଡିଏମ୍‌ଇଟିଙ୍କୁ ଦାୟିତ୍ୱ ଦିଆଯାଇଛି । ବିମାନ ବନ୍ଦର ଓ ହସ୍ପିଟାଲଗୁଡିକୁ ଆଲର୍ଟ କରାଯାଇଛି । ବିମାନ ଯାତ୍ରୀଙ୍କୁ ସ୍କ୍ରିନିଂ କରିବାକୁ ନିର୍ଦ୍ଦେଶ ଦିଆଯିବା ସହ ରାଜ୍ୟର ସମସ୍ତ ହସ୍ପିଟାଲକୁ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି ।

Leave A Reply

Your email address will not be published.