Latest Odisha News

BREAKING NEWS

ହକି ବିଶ୍ୱକପ: ଓଡିଶା ପୋଲିସ ନେଲେ ‘କମ୍ୟୁନିକେସନ ସ୍କିଲ’ ଟ୍ରେନିଂ

ଭୁବନେଶ୍ୱର : ପୁରୁଷ ହକି ବିଶ୍ୱକପକୁ ଆଉ ମାତ୍ର କିଛିଦିନ ଥିବାବେଳେ ସମସ୍ତ ପରିଦର୍ଶକ ଓ ଅତିଥିମାନଙ୍କ ସୁରକ୍ଷା ତଥା ଆତିଥ୍ୟତାକୁ ନେଇ କର୍ତ୍ତୃପକ୍ଷ ବ୍ୟାପକ ପ୍ରଚେଷ୍ଟା ଜାରି ରଖିଛନ୍ତି ।

ପାଖାପାଖି ୨୪୦ ପୋଲିସ ଅଧିକାରୀ (ପିଏସଓ) ମାନଙ୍କୁ ଫ୍ରାଙ୍କଲିନ୍ ଏକାଡେମୀ ପକ୍ଷରୁ ସଫ୍ଟ ସ୍କିଲ ଏବଂ ଆଚାର ବ୍ୟବହାର ନେଇ ଟ୍ରେନିଂ ପ୍ରଦାନ କରାଯାଉଛି । ଯେପରିକି ଆଗନ୍ତୁକମାନେ ସେମାନଙ୍କର ଏକ ସୁନ୍ଦର ଅନୁଭୂତି ନେଇ ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କରିବେ

“ପୋଲିସ କର୍ମଚାରୀମାନେ ଏହି ଟ୍ରେନିଂ ନେବା ଦ୍ୱାରା ତାଙ୍କର ଭାବର ଆଦାନ ପ୍ରଦାନରେ ଦକ୍ଷତା ବୃଦ୍ଧି ପାଇବା ସହିତ ଅତିଥି ସତ୍କାରରେ କୌଣସି ପ୍ରତିବନ୍ଧକ ସୃଷ୍ଟି ହେବ ନାହିଁ । ଯେହେତୁ ବିଶ୍ୱର ବିଭିନ୍ନ ସ୍ଥାନରୁ ପରିଦର୍ଶକ ମାନେ ଏହି ବିଶ୍ୱକପ ଦେଖିବାକୁ ଆସୁଛନ୍ତି । ଏହି ତାଲିମ ମାଧ୍ୟମରେ ସେମାନଙ୍କର ବୃକ୍ତିତ୍ୱ ବିକାଶ ହେବା ସହ ଭାବର ଆଦାନପ୍ରଦାନରେ ଦକ୍ଷ ହୋଇପାରିବେ” ବୋଲି ବରିଷ୍ଠ ଟ୍ରେନର ପ୍ରିୟଦର୍ଶିନୀ କହିଛନ୍ତି ।

ଆହୁରି ମଧ୍ୟ ବିଶ୍ୱ କପ ସମୟରେ ପ୍ରତ୍ୟେକ ଟିମ୍ ସହ ୨ଜଣ (ପିଏସଓ), ଜଣେ ପାଇଲଟ ଏବଂ ପ୍ରତି ବସରେ ଏସ୍କର୍ଟ ସେବା ପ୍ରଦାନ କରାଯିବ ।

“ଯେଉଁ କର୍ମଚାରୀ ମାନଙ୍କୁ ବିଭିନ୍ନ ସ୍ଥାନରେ ଲୋକଙ୍କୁ ଖୋଜିବା ଦାୟିତ୍ୱ ଦିଆଯାଇଛି ସେହି ମାନଙ୍କୁ ନେଇ ଏହି କର୍ମଶାଳାଟି ଆୟୋଜିତ ହୋଇଛି” ବୋଲି ଅତିରିକ୍ତ ପୋଲିସ କମିଶନର ସଞ୍ଜୟ ସିଂହ କହିଛନ୍ତି ।

“ଏଥିସହିତ ପ୍ରାୟ ୫ଶହ ପୋଲିସ କର୍ମୀ ଷ୍ଟାଡିୟମ୍, ବିମାନ ବନ୍ଦର ଓ ପାର୍କିଂ ଅଞ୍ଚଳରେ ରହିବେ । ୧୫ଜଣ ‘ମେ ଆଇ ହେଲ୍ପ ୟୁ’ ସେଣ୍ଟରରେ ରହିବେ । ଟ୍ରାକ୍ ସୁଟରେ ପାଖାପାଖି ୪ଶହରୁ ୫ଶହ ପୋଲିସ ମୁତୟନ ରହିବେ ଏବଂ ଏଥିସହିତ ଷ୍ଟାଡିୟମ ଭିତରକୁ କଏନ୍, ଖାଦ୍ୟ ପଦାର୍ଥ ଓ ପାଣି ବୋତଲ ନେବାକୁ ଅନୁମତି ମିଳିବ ନାହିଁ ” ବୋଲି କହିଛନ୍ତି ପୋଲିସ କମିଶନର ସତ୍ୟଜିତ ମହାନ୍ତି ।

ଅନ୍ୟପକ୍ଷରେ ଜନତା ମୈଦାନ, ନୟାପଲ୍ଲୀ ଦୁର୍ଗାପୁଜା ପଡିଆ ଏବଂ ପୁରୁଣା ଏଜି କଲୋନୀ ଆଦିରେ ପାର୍କିଂ ବ୍ୟବସ୍ଥା କରାଯାଇଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.