Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀ ଆଣିଲେ ବଡ ପ୍ରସ୍ତାବ, ବିଧାନସଭାରେ ରହିବେ ୩୩% ମହିଳା !

ଭୁବନେଶ୍ୱର : ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଓଡିଶା ବିଧାନସଭାରେ ମହିଳାମାନଙ୍କ ସଂରକ୍ଷଣ ନେଇ ଏକ ବଡ ପ୍ରସ୍ତାବ ଆଣିଛନ୍ତି । ଓଡିଶା ବିଧାନସଭାରେ ୩୩% ମହିଳା ସଦସ୍ୟ ରହିବେ ।

ଏନେଇ ମୁଖ୍ୟମନ୍ତ୍ରୀ ମହିଳାଙ୍କ ଲାଗି ବିଧାନସଭାରେ ଏକତୃତୀୟାଂଶ ଆସନ ସଂରକ୍ଷଣ ରହିବା ନେଇ ମଙ୍ଗଳବାର ଦିନ ଏକ ସଂକଳ୍ପ ପ୍ରସ୍ତାବ ଆଣିଛନ୍ତି ।

ରାଜ୍ୟ ସରକାର ନାରୀ ସଶକ୍ତିକରଣକୁ ଗୁରୁତ୍ୱ ଦେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ମହିଳାମାନଙ୍କର ଏହି ସଂକଳ୍ପ ସଂରକ୍ଷଣ ବିଧାନସଭାରେ କିପରି ପାରିତ ହେବ ସେ ନେଇ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ବିଧାନସଭାରେ ପାରିତ ହେବା ପରେ ଏହି ସଂକଳ୍ପ ପ୍ରସ୍ତାବଟିକୁ କେନ୍ଦ୍ରକୁ ପଠାଯିବ ।

ଆଜି ବିଧାନସଭାର ଶୀତକାଳୀନ ଅଧିବେଶନରେ ମୁଖ୍ୟମନ୍ତ୍ରୀ କହିଛନ୍ତି “ଆମ ସମ୍ବିଧାନରେ ଲିଙ୍ଗଗତ ସମାନତା ନୀତି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଭାବରେ ସ୍ଥାନୀତ ହୋଇଛି । ବିଜୁ ବାବୁ ଥିଲେ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମର ପ୍ରକୃତ ଅଗ୍ରଦୂତ । ୧୯୯୨ ମସିହାରେ ମହିଳାମାନଙ୍କ ପାଇଁ ପଞ୍ଚାୟତ ଓ ପୌରସଂସ୍ଥାରେ ୩୩% ସ୍ଥାନ ସଂରକ୍ଷଣ କରି ସେମାନଙ୍କୁ ରାଜପୈତିକ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସାମିଲ କରିଥିଲେ । ବିଜୁ ବାବୁଙ୍କ ଭାଷାରେ ମୁଁ “ଦୃଢ ନିଶ୍ଚିତ ଯେ ଆମର ମାଆ ଓ ଭଉଣୀମାନେ ଯେପରି ଦକ୍ଷତାର ସହ ସେମାନଙ୍କ ପରିବାର ଚଳାଉଛନ୍ତି, ସେହିଭଳି ଦକ୍ଷତାର ସହିତ ସେମାନେ ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦକୁ ମଧ୍ୟ ସଫଳ ଭାବରେ ପରିଚାଳନା କରିପାରିବେ ।”

ମୋ ସରକାର ମହିଳାମାନଙ୍କ ପାଇଁ ସ୍ଥାନ ସଂରକ୍ଷଣକୁ ୫୦% ପ୍ରତିଶତକୁ ବୃଦ୍ଧି କରିଛି । ଖୁସିର କଥା ବାସ୍ତବରେ ସେମାନଙ୍କର ଯୋଗଦାନ ୫୦% ମଧ୍ୟ ଅଧିକ ଅଟେ ।

ନୂଆ ଓଡିଶା ଅଧିକ ଗତିର ସହ ଦୃଢ ଭାବରେ ଆଗକୁ ବଢିପାରିବେ, ଯଦି ଆମ ଲୋକସଂଖ୍ୟାର ଅର୍ଦ୍ଧେକ, ଆମର ମାଆ ଓ ଭଉଣୀମାନେ ରାଜ୍ୟ ତଥା ଦେଶର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣ ଅନୁଷ୍ଠାନରେ ସେମାନଙ୍କର ଭୂମିକା ନିର୍ବାହ କରିବାକୁ ସୁଯୋଗ ପାଇବେ । ଓଡିଶା ଆଜି ସାରା ଦେଶକୁ ତାର ଦୃଢ ସଂକଳ୍ପ ଓ ପ୍ରତିବଦ୍ଧତା ଜଣାଇ ଦେବାକୁ ଚାହେଁ ଯେ ଓଡିଶା ମାଟିରେ ମହିଳାମାନେ ହେଉଛନ୍ତି ପ୍ରକୃତରେ ସଶକ୍ତ ଏବଂ ରାଷ୍ଟ୍ର ନିର୍ମାଣରେ ସେମାନଙ୍କର ଭୂମିକା ସଫଳ ଭାବରେ ନିର୍ବାହ କରିପାରୁଛନ୍ତି ।

ଏହି ପ୍ରସ୍ତାବକୁ ସର୍ମଥନ କରିବା ସହ ସର୍ବସମ୍ମତ କ୍ରମେ ପାରିତ କରିବା ପାଇଁ ଗୃହର ମାନ୍ୟବର ସଦସ୍ୟମାନଙ୍କୁ ମୁଁ ଅନୁରୋଧ କରୁଛି ।

Leave A Reply

Your email address will not be published.