Latest Odisha News

BREAKING NEWS

ଅଭିଯୁକ୍ତ ସହ ସେଲ୍ଫି ଉଠାଇ ବିବାଦରେ ୨ ପୋଲିସ ଅଧିକାରୀ

ଭୁବନେଶ୍ୱର: ହତ୍ୟା ମାମଲାର ଗିରଫ ଜଣେ ଅଭିଯୁକ୍ତଙ୍କ ସହ ଚନ୍ଦ୍ରଭାଗା ସମୁଦ୍ରକୂଳ ଥାନା ଆଇଆଇସି ବୁଲୁ ମୁଣ୍ଡା ସେଲ୍ଫି ଉଠାଇ ପରେ ବଦଳି ଘଟଣାକୁ ୨ ମାସ ନପୁରୁଣୁ ଏହିଭଳି ଆଉଏକ ଘଟଣା ସାମ୍ନାକୁ ଆସିଛି ।

ଧୋକାଧାରୀ ମାମଲାର ଗିରଫ ଜଣେ ଅଭିଯୁକ୍ତଙ୍କ ସହ ଦୁଇଜଣ ପୋଲିସ ଅଧିକାରୀଙ୍କ ସେଲ୍ଫି ସୋସିଆଲ ମିଡିଆରେ ଘୁରି ବୁଲୁଛି।

ଅଭିଯୁକ୍ତ ଜଣଙ୍କର ନାମ ପପୁ କୁମାର ସିଂ ବୋଲି ଜଣାପଡିଛି । ସେ ଜାଲ କାଗଜପତ୍ର ଦେଖାଇ ଲୋକଙ୍କୁ ଚାକିରୀ ଦେବା ନାଁରେ ୮ ଲକ୍ଷ ଟଙ୍କା ହଡପ କରିଥିବା ସୂତ୍ରରୁ ପ୍ରକାଶ ।

ଏଠାରୁ ଖସି ସେ ଉତ୍ତରପ୍ରଦେଶ ଚାଲିଯାଇଥିଲା। ତେବେ ଭୁବନେଶ୍ୱର ଏୟାରଫିଲ୍ଡ ଥାନାର ଦୁଇ ଏସଆଇ ତାକୁ ସେଠାରେ କାବୁ କରିବାରେ ସଫଳ ହୋଇଥିଲେ। ଗିରଫ କରିବା ପରେ ସେମାନେ ତାସହ ଏକ ସେଲ୍ଫି ଉଠାଇଥିଲେ, ଯାହା ପରେ ଭାଇରାଲ ହୋଇଯାଇଥିବା ସୂତ୍ରରୁ ପ୍ରକାଶ ।

Leave A Reply

Your email address will not be published.