Latest Odisha News

BREAKING NEWS

ଓଡ଼ିଶାର ବିଭିନ୍ନ କୋର୍ଟରେ ୧୫ ଲକ୍ଷରୁ ଅଧିକ ମାମଲା ବିଚାର ଲାଗି ପଡ଼ିରହିଛି: ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ମଙ୍ଗଳବାର ଦିନ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ୧୫.୬୫ ଲକ୍ଷ ମାମଲା ରାଜ୍ୟର ବିଭିନ୍ନ କୋର୍ଟରେ ବିଚାର ଲାଗି ପଡ଼ିରହିଛି ।

ଏକ ଲିଖିତ ପ୍ରଶ୍ନର ଉତ୍ତରରେ ରାଜ୍ୟ ଆଇନ ମନ୍ତ୍ରୀ କହିଛନ୍ତି ଯେ, ଚଳିତ ବର୍ଷ ଅକ୍ଟୋବର ୩୧ ତାରିଖ ସୁଦ୍ଧା ନିମ୍ନ ଅଦାଲତରେ ୧୪,୧୪,୭୪୫ ମାମଲା ବିଚାର ଲାଗି ରହିଥିବା ବେଳେ ପ୍ରାୟ ୧,୫୦,୯୩୮ଟି ମାମଲା ଓଡ଼ିଶା ହାଇକୋର୍ଟରେ ବିଚାର ଲାଗି ପଡ଼ିରହିଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଅଦାଲତମାନଙ୍କରେ ଗତ ୧୦ରୁ ୨୦ ବର୍ଷ ଧରି ୨୧,୬୫୯ଟି ମାମଲା ବିଚାର ନହୋଇ ପଡ଼ିରହିଛି । ସେହିପରି ଓଡ଼ିଶା ହାଇକୋର୍ଟରେ ଗତ ୨୦ ବର୍ଷ ଧରି ୩୭୯୬ଟି ମାମଲା ବିଚାର ନହୋଇପାରି ପଡ଼ିରହିଛି ।

ଶ୍ରୀ ଜେନା ଗୃହରେ ଏନେଇ କହିଛନ୍ତି ଯେ, ଏହି ମାମଲା ଗୁଡ଼ିକ କିପରି ଜଲଦି ବିଚାର ହୋଇ ଫସସଲା ହେବ ସେଥିଲାଗି ଓଡ଼ିଶା ହାଇକୋର୍ଟ ପଦକ୍ଷେପ ଗ୍ରହଣ କରୁଛନ୍ତି ।

Leave A Reply

Your email address will not be published.