Latest Odisha News

ରାଜ୍ୟରେ ୯୮୬ ନୂଆ ଆକ୍ରାନ୍ତ ଚିହ୍ନଟ; ୧୨୮ ଛୁଆ ପଜିଟିଭ୍‌

ଭୁବନେଶ୍ବର: ରାଜ୍ୟରେ ଖସୁଛି କରୋନା ସଂକ୍ରମଣ ସଂଖ୍ୟା। ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୯୮୬ ଜଣ କରୋନା ଆକ୍ରାନ୍ତ। ଆଜି ବି ୦-୧୮ ବର୍ଷ ଭିତରେ ୧୨୮ ଜଣ ଛୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନରୁ ୫୭୪ ଜଣ ପଜିଟିଭ ହୋଇଥିବା ବେଳେ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୪୧୨।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୭୩ ଓ କଟକରୁ ଚିହ୍ନଟ ହୋଇଛନ୍ତି ୧୩୯ ନୂଆ ଆକ୍ରାନ୍ତ । ଯାଜପୁର ଜିଲ୍ଲାରୁ ୪୯ ଓ ଜଗତସିଂହପୁର ଜିଲ୍ଲାରୁ ଆଉ ୪୫ ସଂକ୍ରମିତ ହୋଇଛନ୍ତି । ଅନୁଗୁଳରୁ ୨୪, ବାଲେଶ୍ବରରୁ ୨୫, ବରଗଡରୁ ୧, ଭଦ୍ରକରୁ ୧୪, ବଲାଙ୍ଗୀରରୁ ୧୭, ବେଓଗଡ଼ରୁ ୯, ଢେଙ୍କାନାଳରୁ ୧୫, ଗଜପତିରୁ ୧, ଗଞ୍ଜାମରୁ ୮, କଳାହାଣ୍ଡିରୁ ୬, କନ୍ଧମାଳରୁ ୧୨, କେନ୍ଦ୍ରାପଡ଼ହାରୁ ୨୩, କେନ୍ଦୁଝରରୁ ୧୩, କୋରାପୁଟରୁ ୩, ମାଲକାନଗିରିରୁ ୧, ମୟୁରଭଞ୍ଜରୁ ୩୨, ନବରଙ୍ଗପୁରରୁ ୬, ନୟାଗଡରୁ ୨୦, ପୁରୀରୁ ୩୨, ରାୟଗଡ଼ାରୁ ୪, ସମ୍ବଲପୁରରୁ ୧୫, ସୋନପୁରରୁ ୧, ସୁନ୍ଦରଗଡ଼ରୁ ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Leave A Reply

Your email address will not be published.