Latest Odisha News

BREAKING NEWS

ରାଜ୍ୟରୁ ୧୦୯୬ ନୂଆ ପଜିଟିଭ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ ମାମଲା। ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୦୯୬ଟି ନୂଆ ପଜିଟିଭ କେସ୍‌ ଚିହ୍ନଟ ହୋଇଛି। ଏହାବ୍ୟତୀତ ସଙ୍ଗରୋଧରୁ ୬୩୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୫୯ଟି ଲୋକାଲ୍‌ କେସ୍‌ ରହିଛି।

ଅନୁଗୁଳରୁ ୪୦, ବାଲେଶ୍ବରରୁ ୭୭, ବରଗଡରୁ ୧୧, ଭଦ୍ରକ ୨୧, ବଲାଙ୍ଗୀର ୭, ବୌଦ୍ଧ ୪, କଟକ, ୯୨, ଦେଓଗଡ଼ ୧, ଢେଙ୍କାନାଳ ୯, ଗଜପତି ୪, ଗଞ୍ଜାମ ୫, ଜଗତସିଂହପୁର ୫୮, ଯାଜପୁର ୬୮, ଝାରସୁଗୁଡା ୫, କଳାହାଣ୍ଡି ୩, କନ୍ଧମାଳ ୧୭, କେନ୍ଦ୍ରାପଡା ୩୬, କେନ୍ଦୁଝର ୧୩, ଖୋର୍ଦ୍ଧା ୩୮୯, କୋରାପୁଟ ୭, ମାଲକାନଗିରି ୪, ମୟୁରଭଞ୍ଜ ୩୨, , ନୟାଗଡ ୨୯, ନୂଆପଡା ୨, ପୁରୀ ୪୮, ରାୟଗଡା ୬, ସମ୍ବଲପୁର ୮, ସୋନପୁର ୨, ସୁନ୍ଦରଗଡରୁ ୨୦ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏହାସହିତ ମୋଟ ପଜିଟିଭ ସଂଖ୍ୟା ୯୮୫୮୨୭ ଥିବା ବେଳେ ମୋଧ ଆରୋଗ୍ୟଙ୍କ ସଂଖ୍ୟା ୯୬୬୯୨୮ ରହିଛି। ଏହାସହିତ ମୋଟ ସକ୍ରିୟ ମାମଲା ରହିଛି ୧୨୪୮୦।

Leave A Reply

Your email address will not be published.