Latest Odisha News

BREAKING NEWS

ରାଜ୍ୟରେ ୮୧୬ ନୂଆ ସଂକ୍ରମିତ ଚିହ୍ନଟ; ୧୦୬ ଛୁଆ ପଜିଟିଭ

ଭୁବନେଶ୍ବର: ରାଜ୍ୟରେ ଖସୁଛି କରୋନା ସଂକ୍ରମଣ ସଂଖ୍ୟା। ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୮୧୬ ଜଣ କରୋନା ଆକ୍ରାନ୍ତ। ଆଜି ୦-୧୮ ବର୍ଷ ଭିତରେ ୧୦୬ ଜଣ ଛୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନରୁ ୪୭୫ ଜଣ ପଜିଟିଭ ହୋଇଥିବା ବେଳେ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩୪୧।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୯୧ ଓ କଟକରୁ ଚିହ୍ନଟ ହୋଇଛନ୍ତି ୧୧୬ ନୂଆ ଆକ୍ରାନ୍ତ । ଯାଜପୁର ଜିଲ୍ଲାରୁ ୩୧ ଓ ଜଗତସିଂହପୁର ଜିଲ୍ଲାରୁ ଆଉ ୩୪ ସଂକ୍ରମିତ ହୋଇଛନ୍ତି । ଅନୁଗୁଳରୁ ୧୩, ବାଲେଶ୍ବରରୁ ୪୬, ବରଗଡରୁ ୧୩, ଭଦ୍ରକରୁ ୯, ବଲାଙ୍ଗୀରରୁ ୩, ବେଓଗଡ଼ରୁ ୧୩, ଢେଙ୍କାନାଳରୁ ୧୯, ଗଞ୍ଜାମରୁ ୯, ଝାରସୁଗୁଡାରୁ ୧ କଳାହାଣ୍ଡିରୁ ୪, କନ୍ଧମାଳରୁ ୩, କେନ୍ଦ୍ରାପଡ଼ାରୁ ୨୯, କେନ୍ଦୁଝରରୁ ୧୬, କୋରାପୁଟରୁ ୫, ମାଲକାନଗିରିରୁ ୪, ମୟୁରଭଞ୍ଜରୁ ୨୭, ନୟାଗଡରୁ ୧୨, ନୂଆପଡ଼ାରୁ ୧, ପୁରୀରୁ ୨୦, ରାୟଗଡ଼ାରୁ ୧, ସମ୍ବଲପୁରରୁ ୧୮, ସୁନ୍ଦରଗଡ଼ରୁ ୧୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Leave A Reply

Your email address will not be published.