Latest Odisha News

BREAKING NEWS

ରାଜ୍ୟରେ କୁହୁଡ଼ିର ଆସ୍ତରଣ; ସାମୁଦ୍ରିକ ବାୟୁ ପ୍ରବାହରେ ବୃଦ୍ଧି ଯୋଗୁ କମିବ ଶୀତ

ଭୁବନେଶ୍ୱର: ଗୁରୁଚାପ ପ୍ରଭାବରେ ରାଜ୍ୟରେ ଦୁଇ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ଜାରି ରହିବ। ତେବେ ସାମୁଦ୍ରିକ ବାୟୁ ପ୍ରବାହ ବଢ଼ିଥିବାରୁ ଆଗାମୀ କିଛି ଦିନ ରାଜ୍ୟର ବିଶେଷ ଶୀତ ଅନୁଭତ ହେବ ନାହିଁ। ତାପମାତ୍ରା ବେଶି କମିବ ନାହିଁ। ଆଗାମି ୪ଦିନ ପର୍ଯ୍ୟନ୍ତ ଏମିତି ସ୍ଥିତି ଜାରି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହି ଦିନ ଭିତରେ ବର୍ଷା ହେବାର ମଧ୍ୟ କୌଣସି ସମ୍ଭାବନା ନାହିଁ।

BjdElectrycity

ତେବେ ରାଜ୍ୟରେ ଗତକାଲି କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା। ସେହିପରି ରାଜଧାନୀ ଭୁବନେଶ୍ୱରରରେ ସର୍ବୋଚ୍ଚା ଚାପମାତ୍ରାର ୧୮ ଡିଗ୍ରୀ ସେଲସିୟସ ରହିଥିଲା। କୋପାରୁଟ ପରେ କୋରେଇରେ ସର୍ବନିମ୍ନ ୧୪.୫ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ବାଲେଶ୍ୱରରେ ୧୪.୭ଡିଗ୍ରି, କଟକରେ ୧୭.୫ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଥିଲା।

କୁହୁଡିକୁ ନେଇ ଜାରି ହୋଇଥିବା ସତର୍କ ସୂଚନାରେ କୁହାଯାଇଛି ଯେ ଆଗାମୀ ଦୁଇରୁ ତିନି ଦିନ ରାଜ୍ୟରେ କେତେ ସ୍ଥାନରେ ସକାଳ ସମୟରେ ସାମାନ୍ୟ କୁହୁଡି ଅନୁଭୁତ ହେବ। ତେବେ କେତେକ ଜିଲ୍ଲାରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିବ।

କୁହୁଡ଼ି ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେଗୁଡ଼ିକ ହେଲା- ଖୋର୍ଦ୍ଧା, କଟକ, ନୟାଗଡ଼, ଗଜପତି, ଗଞ୍ଜାମ, ଅନୁଗୁଳ, ଢେଙ୍କାନାଳ ଏବଂ କନ୍ଧମାଳ।

ସେହିପରି ଆସନ୍ତାକାଲି ପାଇଁ ୧୧ ଜିଲ୍ଲାରେ କୁହୁଡ଼ି ରହିବ। ଏଥିପାଇଁ  ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ରାୟଗଡ଼ା ଏବଂ କୋରାପୁଟ ଏହି ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ତେବେ ଘନ କୁହୁଡ଼ି ନେଇ ୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେଗୁଡ଼ିକ ହେଲା ଗଞ୍ଜାମ, ଗଡପତି, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା ଓ କୋରାପୁଟ। ଜାନୁଆରୀ ୨୨ ତାରିଖରେ ଏହି ସବୁ ଜିଲ୍ଲାରେ ଘନ କୁହୁଡ଼ି ଦେଖାଦେଇପାରେ ବୋଲି ବିଭାଗ ସତର୍କ କରିଛି।

Leave A Reply

Your email address will not be published.