Latest Odisha News

BREAKING NEWS

ଓଡ଼ିଶାରେ ଲକ୍ଷେ ପାର କଲା କରୋନା ଆକ୍ଟିଭ୍ କେସ୍, ଆଜି ୧୦,୬୪୯ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ପୁଣି ୧୦ ହଜାର ଉପରେ କରୋନା ଟ୍ରେଣ୍ଡ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୦ହଜାର ୬୪୯ ନୂଆ ଆକ୍ରାନ୍ତ । ଏହି ସମୟର ୫୧ହଜାର ୪୫୧ କୋଭିଡ୍ ଟେଷ୍ଟ କରାଯାଇଛି । ଗତକାଲି ଅପେକ୍ଷା ସଂକ୍ରମିତଙ୍କ ସଂଖ୍ୟା ଟିକେ ହ୍ରାସ ପାଇଛି । ଗତକାଲି ଏହି ସଂଖ୍ୟା ଥିଲା ୧୦ହଜାର ୯୮୨ । ଆଜି କ୍ୱାରେଣ୍ଟାଇନରୁ୫ହଜାର ୯୬୫ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ୪ହଜାର ୬୮୪ଟି ରହିଛି ।

ଖୋର୍ଦ୍ଧା ଜିଲ୍ଲାରେ ୧୫ଶହ ତଳକୁ ଖସୁନି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଜିଲ୍ଲାରୁ ୧୫୫୭ ସଂକ୍ରମିତ ବାହାରିଛନ୍ତି । କଟକରୁ ୯୩୦, ସୁନ୍ଦରଗଡ଼ରୁ ୭୭୪, ଅନୁଗୋଳରୁ ୫୫୭, ବାଲେଶ୍ୱରରୁ ୫୦୩, ସମ୍ୱଲପୁରରୁ ୪୯୪ ଓ ମୟୂରଭଞ୍ଜ ଜିଲ୍ଲାରୁ ୪୦୪ ପଜିଟିଭ୍ ବାହାରିଛନ୍ତି । ବାକି ସବୁ ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଚାରି ଶହ ତଳେ ରହିଛି ।

କେବଳ କନ୍ଧମାଳ ଓ ମାଲକାନଗିରି ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଅଙ୍କ ଭିତରେ ରହିଛି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୫ଲକ୍ଷ ୭୬ହଜାର ୨୯୭କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୪ଲକ୍ଷ ୭୩ହଜାର ୬୮୦ ଆକ୍ରାନ୍ତ । ୧ଲକ୍ଷ ୩୧୩କୁ ବୃଦ୍ଧି ପାଇଛି ଆକ୍ଟିଭ୍ କେସ୍ ।

Leave A Reply

Your email address will not be published.