ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ  ତା ୧୩-୫-୨୦୨୧ ଗୁରୁବାର


ଆଜି ଦିନର ମହତ୍ତ୍ଵ
ଆଜି ୨୦୨୧ ମସିହା ମଇ ତା ୧୩ ରିଖ ଗୁରୁବାର ମେଷ ୩୦ ଦିନ ବୈଶାଖ ମାସ ଶୁକ୍ଳ ପକ୍ଷ ଦ୍ବିତୀୟା ତିଥି
ରୋହିଣୀ ନକ୍ଷତ୍ର ବୃଷ ଚନ୍ଦ୍ର
ଘାତ ବାର-: ତୁଳା ଓ କୁମ୍ଭ ରାଶିର
ଘାତ ଚନ୍ଦ୍ର-: ବିଛା ରାଶି ପୁରୁଷଙ୍କର
ଆଜିର ନିଷେଧ ଖାଦ୍ୟ-: ବୋଇତି କଖାରୁ

ମେଷ
ଆଜି ଯାତ୍ରା, ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ।ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ ଦିଗରେ କେହି ଜଣେ ସହାୟକ ହେବ। ପାରିବାରିକ ସମସ୍ୟା ସମାଧାନ ହେବା ସକାଶେ ବନ୍ଧୁଙ୍କ ଅବଦାନକୁ ଅସ୍ବୀକାର କରିହେବନି। ସଭାସମିତି ଓ ନୂତନ କାର୍ଯ୍ୟାରମ୍ଭ ସକାଶେ ଦିନଟି ପ୍ରଶସ୍ତ।

ପ୍ରତିକାର- ଅଶୁଭତ୍ବକୁ ଖଣ୍ଡନ ପାଇଁ ଶୁଭ ଫଳ ପାଇବା ପାଇଁ ହନୁମାନ ଚାଳିଶା ପାଠ କରନ୍ତୁ ।

ବୃଷ
ଆଜି କର୍ମକ୍ଷେତ୍ରରେ ସାଧାରଣ ଘଟଣାକୁ ନେଇ ମନସ୍ତାପ କରିବାକୁ ପଡିପାରେ। ପାରିବାରିକ ଜୀବନ ସୁଖପ୍ରଦ ହେବ। ମହିଳାମାନେ ଘରେ ବାହାରେ ସବୁଠି ଆଦର ସମ୍ମାନ ପାଇବେ। ଝିନଝଟ୍‌ ବ୍ୟସ୍ତତାରୁ ମୁକ୍ତି ମିଳିବ । ଏପରି କି ପ୍ରତ୍ୟେକ କ୍ଷେତ୍ରରେ ମାପିଚୁପି ଚଳିବା ଭଲ ହେବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ଅନୁକୂଳ ରହିବ।

ପ୍ରତିକାର- ଅଶୁଭତ୍ବକୁ ଖଣ୍ଡନ ପାଇଁ ଶୁଭ ଫଳ ପାଇବା ପାଇଁ ଶ୍ରୀ ସୁକ୍ତ ପାଠ କରନ୍ତୁ ।

ମିଥୁନ
ଆଜି ଯାହା ପାଇବା ସକାଶେ ଆଶା ରଖିଛନ୍ତି ଅବଶ୍ୟ ପାଇବେ। କୌଣସି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଦୂର ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି। ମହିଳାମାନେ ଆଶା କରୁଥିବା ଦିଗରୁ ଅର୍ଥ ମାନ ସମ୍ମାନ ପ୍ରତିଷ୍ଠା ଲାଭ କରିବେ। ଠିକ୍ ସମୟରେ ଘରକୁ ଫେରିନଥିବାରୁ ମାଆଙ୍କୁ କୈଫିୟତ ଦେବାକୁ ପଡିପାରେ।

ପ୍ରତିକାର- ଅଶୁଭତ୍ବକୁ ଖଣ୍ଡନ ପାଇଁ ଶୁଭ ଫଳ ପାଇବା ପାଇଁ କୁଞ୍ଜିକା ସ୍ତୋତ୍ର ପାଠ କରନ୍ତୁ ।

କର୍କଟ
ଆଜି ବିଳମ୍ବିତ ସମୟରେ ସମସ୍ତ କାର୍ଯ୍ୟ ସାଧିତ ହେବ। ସମସ୍ୟା ରହିଥିଲେ ମଧ୍ୟ ଆବଶ୍ୟକୀୟ ସୁଯୋଗ ମିଳିବ। ଅଫିସରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ବ୍ୟବସାୟ କିମ୍ବା ପରିବହନରେ ଲାଭ ହେବା ବଦଳରେ କ୍ଷତି ହୋଇପାରେ।

ପ୍ରତିକାର- ଅଶୁଭତ୍ବକୁ ଖଣ୍ଡନ ପାଇଁ ଶୁଭ ଫଳ ପାଇବା ପାଇଁ ହନୁମାନ ଚାଳିଶା ପାଠ କରନ୍ତୁ ।

ସିଂହ
ଆଜି ପ୍ରତ୍ୟେକ ପରିସ୍ଥିତିକୁ ସମାଧାନ କରିବା ଦିଗରେ ସାହାଯ୍ୟ ସହଯୋଗ ମିଳିବ। ସମାଧାନର ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ।ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍‌ କାମ କରିପାରନ୍ତି। ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା, କଳା, ସାହିତ୍ୟ ଓ ସଭା ସମିତିରେ ଯୋଗ ଦେବାକୁ ପଡ଼ିପାରେ।

ପ୍ରତିକାର- ଅଶୁଭତ୍ବକୁ ଖଣ୍ଡନ ପାଇଁ ଶୁଭ ଫଳ ପାଇବା ପାଇଁ ରାମ ରକ୍ଷା ସ୍ତୋତ୍ର ପାଠ କରନ୍ତୁ ।

କନ୍ୟା
ଆଜି ଉପୁଜିଥିବା ପ୍ରତିବନ୍ଧକ କୁ ବନ୍ଧୁଙ୍କ ମାଧ୍ୟମରେ ସମାଧାନ କରିବେ।କୌଣସି ବ୍ୟକ୍ତିଙ୍କୁ ଦୀର୍ଘ ସମୟ ଅପେକ୍ଷା କରି ବ୍ୟସ୍ତତା ଅନୁଭବ କରିପାରନ୍ତି। ପୁରାତନ ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ମନ ଭଲ ରହି ନ ପାରେ। ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ।

ପ୍ରତିକାର- ଅଶୁଭତ୍ବକୁ ଖଣ୍ଡନ ପାଇଁ ଶୁଭ ଫଳ ପାଇବା ପାଇଁ ଦୁର୍ଗା ସପ୍ତ ଶ୍ଳୋକ ପାଠ କରନ୍ତୁ ।

ତୁଳା
ଆପଣସାମାଜିକ ପ୍ରତିଷ୍ଠା ସହ ପ୍ରତିଯୋଗିତା କ୍ଷେତ୍ରରେ ବିଜୟୀ ହେବେ । ପରିବାରରେ ସୁଖ ଶାନ୍ତି ଫେରାଇ ଆଣିବା ଦିଗରେ ଚେଷ୍ଟା କରି ସଫଳ ହେବେ। ଶିଳ୍ପ, ବ୍ୟବସାୟ ଓ ପରିବହନରେ ସଫଳତା ଅବଶ୍ୟ ମିଳିବ। ମହିଳାମାନେ ଚତୁରତାର ସହ କାର୍ଯ୍ୟ କରି ପ୍ରଶଂସିତ ହେବେ।

ପ୍ରତିକାର- ଅଶୁଭତ୍ବକୁ ଖଣ୍ଡନ ପାଇଁ ଶୁଭ ଫଳ ପାଇବା ପାଇଁ ଶିବ ପଞ୍ଚାକ୍ଷର ମନ୍ତ୍ର ପାଠ କରନ୍ତୁ ।

ବିଛା
ଅଧିକାଂଶ କ୍ଷେତ୍ରରେ ବାଧା ବିଘ୍ନ ଦେଖାଦେଇପାରେ ପତ୍ନୀଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି। ଆର୍ଥିକ ଦିଗରେ ସଫଳତା ହାସଲ କରିବେ। ବକେୟା ଦରମା ହସ୍ତଗତ ହେବ ‌। ଯେଉଁ ବିଷୟ ସକାଶେ ଚିନ୍ତିତ ରହିଛନ୍ତି ସେଥିରେ କିଛି ଅସୁବିଧା ହେବନି। ସାମ୍ବାଦିକତା, ପ୍ରଶାସନ, ରାଜନୀତି, ସାହିତ୍ୟ ଓ ସଂଗୀତରେ ସୁନାମ ଅର୍ଜନ କରିବେ।

ପ୍ରତିକାର- ଅଶୁଭତ୍ବକୁ ଖଣ୍ଡନ ପାଇଁ ଶୁଭ ଫଳ ପାଇବା ପାଇଁ ମା ଲକ୍ଷ୍ମୀଙ୍କ ଗାୟତ୍ରୀ ମନ୍ତ୍ରକୁ ଦଶଥର ଜପ କରନ୍ତୁ ।

ଧନୁ
ଆଜି ଦିନଟି ଆପଣଙ୍କ ପାଇଁ ଶୁଭ ଫଳ ମିଳିବ। ସନ୍ତାନ ସନ୍ତତିମାନେ ଆଜ୍ଞାଧୀନ ହେବେ ପୂର୍ବ ସମସ୍ୟାର ସରଳ ସମାଧାନ ହୋଇଯିବ। କେହି ଜଣେ ବ୍ୟକ୍ତି ଅସୁବିଧାରେ ପକାଇପାରେ ସତର୍କ ରୁହନ୍ତୁ। ବୁଝି ବିଚାରି କାର୍ଯ୍ୟ ନକଲେ କ୍ଷତିରେ ପଡିବେ। ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।

ପ୍ରତିକାର- ଅଶୁଭତ୍ବକୁ ଖଣ୍ଡନ ପାଇଁ ଶୁଭ ଫଳ ପାଇବା ପାଇଁ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ ।

ମକର
ମାନସିକ ଅସ୍ଥିରତା ସଙ୍ଗକୁ କଡ଼ା ମିଜାଜର କଥା ପରିସ୍ଥିତିକୁ ସଙ୍ଗିନ କରିଦେଇପାରେ। ଆଜି ଆପଣ ଯେତେ ପ୍ରକାରର ଚେଷ୍ଟା କଲେ ମଧ୍ୟ କାମଗୁଡିକ ଯଥା ସମୟରେ ସମ୍ପନ୍ନ କରିପାରିବେ ନାହିଁ। ନିକଟ ଅତୀତର ବିବାଦୀୟ ଘଟଣାର ଦିଗ ବଦଳି ଯାଇପାରେ। କଥା ଦେଇଥିବା ବନ୍ଧୁ ଠିକ୍‌ ସମୟରେ ସାହାଯ୍ୟ କରିବ ନାହିଁ।

ପ୍ରତିକାର- ଅଶୁଭତ୍ବକୁ ଖଣ୍ଡନ ପାଇଁ ଶୁଭ ଫଳ ପାଇବା ପାଇଁ ମହା ମୃତ୍ୟୁଞ୍ଜୟ ମନ୍ତ୍ରକୁ ଦଶଥର ଜପ କରନ୍ତୁ ।

କୁମ୍ଭ
ସମ୍ପର୍କୀୟଙ୍କ ସହ ବିବାଦ ଦେଖାଦେଇପାରେ ସତର୍କ ରୁହନ୍ତୁ। କର୍ମକ୍ଷେତ୍ରରେ ଆତ୍ମୀୟତାର ସହ କାମ କରିବେ ସତ କିନ୍ତୁ ପ୍ରତିବଦଳରେ ଓଲଟା ଫଳ ପାଇବେ। ଫେରନ୍ତା ବାଟରେ ହଠାତ୍‌ ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ। ପାଖ ପଡୋଶୀ କିମ୍ବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ।

ପ୍ରତିକାର- ଅଶୁଭତ୍ବକୁ ଖଣ୍ଡନ ପାଇଁ ଶୁଭ ଫଳ ପାଇବା ପାଇଁ ଗାୟତ୍ରୀ ମନ୍ତ୍ରକୁ ଦଶଥର ଜପ କରନ୍ତୁ ।

ମୀନ
ବନ୍ଧୁମାନଙ୍କ ଅକୁଣ୍ଠ ସାହାଯ୍ୟ ଓ ସମର୍ଥନ ପାଇ କାମ ହାସଲ କରିବେ । ପରିବାର ମଧ୍ୟରେ ବିଭିନ୍ନ ପ୍ରକାରର ସମସ୍ୟାକୁ ସାମ୍‌ନା କରି ସରଳ ସମାଧାନ କରିବାରେ ସମର୍ଥ ହେବେ। ପଡୋଶୀ ଏବଂ ସହକର୍ମୀଙ୍କ ସହାନୁଭୂତି ଯୋଗୁ କାମଗୁଡିକ ସମ୍ପନ୍ନ କରିବାରେ ବିଶେଷ ଅସୁବିଧା ହେବ ନାହିଁ। ଛାତ୍ର ଛାତ୍ରୀମାନେ ପରୀକ୍ଷାରେ କୃତକାର୍ଯ୍ୟ ହେବେ।

ପ୍ରତିକାର- ଅଶୁଭତ୍ବକୁ ଖଣ୍ଡନ ପାଇଁ ଶୁଭ ଫଳ ପାଇବା ପାଇଁ ନବ ଗ୍ରହ ସ୍ତୋତ୍ର ପାଠ କରନ୍ତୁ।

ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର