ଭୁବନେଶ୍ୱର: କରୋନା ଭୂତାଣୁ ରୋଗ (କୋଭିଡ୍-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ସ୍ୱାସ୍ଥ୍ୟ ବିଭାଗର ତତ୍ପରତା ସତ୍ତ୍ୱେ ମଧ୍ୟ ଏହି ଭୂତାଣୁ ଧୀରେ ଧୀରେ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୭ ଜଣ କରୋନା ପଜିଟିଭ ଚିହ୍ନଟ ହେବା ସହ ଏହି ସଂଖ୍ୟା ୯୦ ଛୁଇଁଛି । ତେବେ ଓଡ଼ିଶାର କେଉଁ ଜିଲ୍ଲାରେ କେତେ ରହିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆସନ୍ତୁ ଜାଣିବା..
ସ୍ୱାସ୍ଥ୍ୟ ବିଭାଗ ଦେଇଥିବା ସୁଚନା ଅନୁଯାୟୀ, ମୋଟ ୪୬ ମାମଲା ସହ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଅପରପକ୍ଷରେ ଭଦ୍ରକରେ ୧୨ ଜଣ
ଯାଜପୁରରେ ୧୨ ଜଣ
ବାଲେଶ୍ଵର ରେ ୧୧ ଜଣ
ସୁନ୍ଦରଗଡ଼ ଜିଲ୍ଲାରେ ୩ ଜଣ
କେନ୍ଦ୍ରପଡ଼ା ଜିଲ୍ଲାରେ ୨ ଜଣ
କଳାହାଣ୍ଡି ଜିଲ୍ଲାରେ ୨ ଜଣ
କଟକ ଜିଲ୍ଲାରେ ଜଣେ
ଢେଙ୍କାନାଳ ଜିଲ୍ଲାରେ ଜଣେ
ପୁରୀ ଜିଲ୍ଲାରେ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।
ମୁଖ୍ୟ ସଚିବ ଅସିତ ତ୍ରିପାଠୀ ଦେଇଥିବା ତଥ୍ୟ ଅନୁଯାୟୀ ଗତ ପାଞ୍ଚ ଦିନ ମଧ୍ୟରେ ୨୮ ଟି ନୂଆ କରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ୨୭ ଟି ଯାଜପୁର, ଭଦ୍ରକ ଓ ବାଲେଶ୍ଵର ଜିଲ୍ଲାର। ସେମାନଙ୍କ ମଧ୍ୟରୁ କେବଳ ଜଣେ ସୁନ୍ଦରଗଡର।
ଏହି ତିନୋଟି ଜିଲ୍ଲାରେ ଚିହ୍ନଟ ହୋଇଥିବା ଅଧିକାଂଶ ମାମଲା ପଶ୍ଚିମବଙ୍ଗ ସହିତ ଜଡିତ ଯାହା ଚିନ୍ତାର କାରଣ ପାଲଟିଛି । ତେଣୁ ଆଗାମୀ ୬୦ ଘଣ୍ଟା ଯାଏଁ ଏହି ୩ ଜିଲ୍ଲାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।
Comments are closed.