Latest Odisha News

ଭିଭିଏସ୍ ଲକ୍ଷ୍ମଣଙ୍କୁ କାହିଁକି ଭେଟିଲେ ଓସିଏ ସଭାପତି ପଙ୍କଜ ମହାନ୍ତି ?

ଭୁବନେଶ୍ବର:ନିକଟରେ ବେଙ୍ଗାଲୁରୁ ଗସ୍ତରେ ଯାଇଥିଲେ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ)ର ସଭାପତି ପଙ୍କଜ ଲୋଚନ ମହାନ୍ତି । ପଙ୍କଜ ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମୀ (ଏନ୍‌ସିଏ) ଓ ବିସିସିଆଇର ସେଣ୍ଟର ଅଫ୍ ଏକ୍ସେଲେନ୍ସ ପରିଦର୍ଶନରେ ଯାଇଥିଲେ ଓ ଏହାର ଅଧ୍ଯକ୍ଷ ଭିଭିଏସ୍ ଲକ୍ଷ୍ମଣଙ୍କୁ ଭେଟିଥିଲେ । ଏନ୍‌ସିଏରେ ଲକ୍ଷ୍ମଣଙ୍କୁ ଭେଟି ପଙ୍କଜ ମହାନ୍ତି ଓଡ଼ିଶାରେ ତୃଣମୂଳସ୍ତରରୁ କ୍ରିକେଟ୍‌ ବିକାଶ ପାଇଁ ପରାମର୍ଶ ନେଇଛନ୍ତି।

ଏହି ଅବସରରେ ଏନ୍‌ସିଏରେ ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ‌ ଭେଟି ଶୁଭକାମନା ଜଣାଇଥିଲେ ଓସିଏ ସଭାପତି ପଙ୍କଜ ମହାନ୍ତି। ରାଜସ୍ଥାନ ରୟାଲ୍ସ ପକ୍ଷରୁ ଗତ ଆଇପିଏଲରେ ଡେବ୍ୟୁ କରି ବେଶ ପରିଚିତ ହୋଇଛନ୍ତି ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ।

ସୂଚନାଥାଉକି, ପଙ୍କଜ ଲୋଚନ ଗୁରୁଡ଼ିଝାଟିଆ ନିକଟରେ ବିଶ୍ବସ୍ତରୀୟ ଏମ୍‌ଜିଏମ୍ ସ୍କୁଲ୍ ଅଫ୍ ସ୍ପୋର୍ଟସ କ୍ରିକେଟ୍ ଏକାଡେମୀ ସ୍ଥାପନ କରିଛନ୍ତି । ଏଠାରେ ଆନ୍ତର୍ଜାତିକ କ୍ରିକେଟ୍ ପ୍ରଶିକ୍ଷକ ଓ ସପୋର୍ଟ ଷ୍ଟାଫ୍‌ଙ୍କ ଦ୍ବାରା ଛୋଟ ପିଲାମାନଙ୍କୁ କ୍ରିକେଟ୍ ତାଲିମ ଦିଆଯାଉଛି। ଏହା ବିଷୟରେ ଭିଭିଏସ୍ ଲକ୍ଷ୍ମଣଙ୍କୁ ପଙ୍କଜ ଲୋଚନ ଅବଗତ କରିଥିଲେ । ଏହା ଜାଣି ଲକ୍ଷ୍ମଣ ଅତ୍ୟନ୍ତ ଖୁସି ହୋଇ ଯାଇଥିଲେ । ଜଣେ ବ୍ୟକ୍ତି ନିଜ ପ୍ରୟାସ ଓ ପାଣ୍ଠିରେ ଏକ ବିଶ୍ବସ୍ତରୀୟ କ୍ରିକେଟ୍ ଏକାଡେମୀ ପ୍ରତିଷ୍ଠା କରିବା ଅତ୍ୟନ୍ତ ପ୍ରଶଂସାଯୋଗ୍ୟ ବୋଲି ଲକ୍ଷ୍ମଣ କହିଥିଲେ।

ଏହି ଏକାଡେମୀରୁ ଭବିଷ୍ୟତରେ ଓଡ଼ିଶା ତଥା ଦେଶ ପାଇଁ ପରବର୍ତ୍ତୀ ପିଢ଼ିର କ୍ରିକେଟର ବାହାରିବେ ବୋଲି ପଙ୍କଜ ମହାନ୍ତି ଆଶା ପ୍ରକଟ କରିଛନ୍ତି।

Comments are closed.