ଭୁବନେଶ୍ୱର: ଆଇପିଏଲ ଟି-୨୦ ପରି ବିସିସିଆଇର ମହିଳା ଟି-୨୦ ଚ୍ୟାଲେଞ୍ଜ ପ୍ରତିଯୋଗିତା ମେ ୬ରୁ ମେ ୧୧ ତାରିଖ ପର୍ଯ୍ୟନ୍ତ ଜୟପୁରର ସୱାଇ ମାନସିଂ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପ୍ରତିଯୋଗିତାରେ ମିତାଲି ରାଜ, ହରମନପ୍ରିତ କୌର ଏବଂ ସ୍ମୃତି ମାନ୍ଧନାଙ୍କ ଅଧିନାୟକତ୍ୱରେ ତିନୋଟି ଦଳ ଯଥାକ୍ରମେ ଭେଲୋସିଟି, ସୁପରନୋଭାସ ଏବଂ ଟ୍ରେଲବ୍ଲେଜର୍ସ ଟିମ୍ ଭାଗ ନେଉଛନ୍ତି । ତେବେ ଓଡ଼ିଶାର କ୍ରିଡ଼ାପ୍ରେମୀଙ୍କ ଲାଗି ଖୁସିର ଖବର ହେଲା ଯେ, ଓଡ଼ିଆ ଖେଳାଳି ସୁଶ୍ରୀ ଦିବ୍ୟଦର୍ଶିନୀ ମିତାଲି ରାଜଙ୍କ ଭେଲୋସିଟି ଦଳଲାଗି ଚୟନ ହୋଇଛନ୍ତି ।
ପ୍ରତ୍ୟେକ ଦଳରେ ୧୩ ଜଣ ଲେଖାଏଁ ଖେଳାଳି ମନୋନିତ ହୋଇଥିବା ବେଳେ ଏଥିରେ ୪ ଜଣ ଲେଖାଏଁ ବିଦେଶୀ ଖେଳାଳି ପ୍ରତିଟି ଦଳରେ ରହିଛନ୍ତି । ଭାରତୀୟ ଖେଳାଳିଙ୍କ ବ୍ୟତୀତ ଏହି ଟୁର୍ଣ୍ଣାମେଣ୍ଟରେ ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ୱେଷ୍ଟ ଇଣ୍ଡିଜ, ଶ୍ରୀଲଙ୍କା ଏବଂ ବାଂଲାଦେଶର ମହିଳା ଖେଳାଳିମାନେ ଅଂଶଗ୍ରହଣ କରୁଛନ୍ତି ।
ଭେଲୋସିଟି ଦଳ: ମିତାଲୀ ରାଜ (ଅଧିନାୟିକା), ଆମେଲିଆ କେର୍ (ନ୍ୟୁଜିଲାଣ୍ଡ), ଡ଼ାନିଏଲ ୱାଟ (ଇଂଲଣ୍ଡ), ଦେବିକା ବୈଦ୍ୟ, ଏକତା ବିଷ୍ଟ, ହିଲି ମାଥ୍ୟୁସ (ୱେଷ୍ଟ ଇଣ୍ଡିଜ), ଜାହାନାରା ଆଲାମ (ବାଂଲାଦେଶ), କୋମଲ୍ ଝଞ୍ଜଡ଼, ସେଫାଳି ବର୍ମା, ଶିଖା ପାଣ୍ଡେ, ସୁଷମା ବର୍ମା (ୱିକେଟରକ୍ଷକ), ସୁଶ୍ରୀ ଦିବ୍ୟଦର୍ଶିନୀ ଏବଂ ବେଦ କ୍ରିଷ୍ଣମୂର୍ତ୍ତି ।
ସୁପରନୋଭାସ: ହରମନପ୍ରିତ କୌର (ଅଧିନାୟିକା), ଅନୁଜା ପାଟିଲ, ଅରୁନ୍ଧତୀ ରେଡ୍ଡି, ଚାମାରି ଅଟ୍ଟାପଟ୍ଟୁ (ଶ୍ରୀଲଙ୍କା), ଜେମିୟା ରୋଡ୍ରିଗ୍ୟୁଜ, ଲି ତହୁଗୁ (ନ୍ୟୁଜିଲାଣ୍ଡ), ମାନସୀ ଜୋଶୀ, ନାତାଲି ସିଭର (ଇଂଲଣ୍ଡ), ପୁନମ ଯାଦବ, ପ୍ରିୟା ପୁନିଆ, ରାଧା ପି ଯାଦବ, ସୋଫିଆ ଡ଼େଭିନ (ନ୍ୟୁଜିଲାଣ୍ଡ) ଏବଂ ତାନିଆ ଭାଟିଆ (ୱିକେଟରକ୍ଷକ) ।
ଟ୍ରେଲବ୍ଲେଜର୍ସ: ସ୍ମୃତି ମାନ୍ଧନା (ଅଧିନାୟିକା), ଭାରତୀ ଫୁଲମାଲି, ଦୟାଲାନ ହେମଲତା, ଦିପ୍ତି ଶର୍ମା, ହର୍ଲିନ ଦେଓଲ, ଜେସିଆ ଅଖତର, ଝୁଲଣ ଗୋସ୍ୱାମୀ, ଆର୍ କଳ୍ପନା (ୱିକେଟରକ୍ଷକ), ରାଜେଶ୍ୱରୀ ଗାଏକୱାର୍ଡ଼, ଶକିରା ସେଲମାନ (ୱେଷ୍ଟ ଇଣ୍ଡିଜ), ସୋଫି ଇକ୍ଲେଷ୍ଟୋନ (ଇଂଲଣ୍ଡ), ଷ୍ଟିଫାନି ଟେଲର୍ (ୱେଷ୍ଟ ଇଣ୍ଡିଜ) ଏବଂ ସୁଜି ବେଟ୍ସ (ନ୍ୟୁଜିଲାଣ୍ଡ) ।
Comments are closed.