ଝାରସୁୁଗୁଡା: ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୁକ୍ତ ଗୋପାଳ ଦାସର ୪ ଦିନ ରିମାଣ୍ଡ ଶେଷ ହେଇଛି । ଆଜି ପୁଣି ତାଙ୍କୁ ରିମାଣ୍ଡରେ ନେବା ପାଇଁ କ୍ରାଇମବ୍ରାଞ୍ଚ କୋର୍ଟରେ ଆବେଦନ କରିଥିଲା ।
ଗୋପାଳ ଦାସଙ୍କୁ ଆଉ ୪ ଦିନ ରିମାଣ୍ଡ ନେବା ପାଇଁ କୋର୍ଟ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଛନ୍ତି । ଫଳରେ ଗୋପାଳ ଦାସର ରିମାଣ୍ଡ ଅବଧି ୮ ତାରିଖ ଯାଏଁ ବଢିଛି। ଏ ନେଇ ସୂଚନା ଦେଇଛନ୍ତି ଅଭିଯୁକ୍ତ ଗୋପାଳ ଦାସଙ୍କ ଓକିଲ ହରି ଶଙ୍କର ଅଗ୍ରୱାଲ।
ଏହାପରେ ଗୋପାଳକୁ ଝାରସୁଗୁଡା ସ୍ଥିତ OSAP ର ଦ୍ବିତୀୟ ବାଟାଲିଅନକୁ ନିଆଯାଇ ଅଧିକ ଜେରା କରାଯାଉଛି। ଗତକାଲି ଅଭିଯୁକ୍ତ ଗୋପାଳ ଦାସଙ୍କୁ ତାଙ୍କର ସରକାରୀ ବାସ ଭବନକୁ ଆଣି ଜେରା କରାଯାଇଥିଲା । ସରକାରୀ ବାସଭବନରେ ଏକ ସନ୍ଦିଗ୍ଧ କାରକୁ କ୍ରାଇମବ୍ରାଞ୍ଚ ଜବତ କରିଛି । ଏଥିରୁ ଏକ ଡାଇରୀ ଏବଂ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ଜବତ କରିଛି ।
ଗୋପାଳ ଦାସ ଧିରେ ଧିରେ ହତ୍ୟା ସମ୍ପର୍କରେ ମୁହଁ ଖୋଲୁଛନ୍ତି । ତେଣୁ ଆଉ ୪ ଦିନ ଜେରା ପରେ ଅଧିକ ତଥ୍ୟ ହାସଲ କରିବ ବୋଲି କ୍ରାଇମବ୍ରାଞ୍ଚ ଆଶା ରଖିଛି।
Comments are closed.