Latest Odisha News

BREAKING NEWS

ଗ୍ୟାଙ୍ଗଷ୍ଟର ଟିଟୋର ଅନ୍ୟ ୬ ଜଣ ସହଯୋଗୀ ଗିରଫ

ଭୁବନେଶ୍ୱର : ପୋଲିସ ଏନକାଉଣ୍ଟରରେ ଗ୍ୟାଙ୍ଗଷ୍ଟର ଟିଟୋ ଗିରଫ ହେବାର ଚାରି ଘଣ୍ଟା ପରେ କ୍ରାଇମବ୍ରାଞ୍ଚ ପୋଲିସ ଗ୍ୟାଙ୍ଗର ଅନ୍ୟ ୬ ସହଯୋଗୀଙ୍କୁ ଗିରଫ କରିଛି । କ୍ରାଇମବ୍ରାଞ୍ଚର ଏହା ଏକ ବଡ଼ ସଫଳତା ବୋଲି ଚର୍ଚ୍ଚା ହେଉଛି ।

 

ରାଜ୍ୟର ଦୁଇଟି ଭିନ୍ନ ଯାଗାରୁ ଏହି ଗ୍ୟାଙ୍ଗର ୬ଜଣ ସହଯୋଗୀଙ୍କୁ ଗିରଫ କରିଥିବା କଥା ଓଡ଼ିଶା କ୍ରାଇମବ୍ରାଞ୍ଚ ପୋଲିସ ଏଡ଼ିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି । ସେମାନଙ୍କଠାରୁ ଏକାଧିକ ପିସ୍ତଲ ଓ ଗୁଳିଗୋଳା ଜବତ କରିଛି ପୋଲିସ ।

ତେବେ ସୂଚନାଯୋଗ୍ୟ, ଶନିବାର ଦିନ କ୍ରାଇମବ୍ରାଞ୍ଚର ଏକ ସ୍ପେସାଲ ଟାସ୍କ ଫୋର୍ସ ଯାଜପର ଜିଲ୍ଲା ଚଣ୍ଡିଖୋଲ ନିକଟ ବଡ଼ଚଣା ଅଞ୍ଚଳରୁ ଏନକାଉଣ୍ଟର କରି କୁଖ୍ୟାତ ଅପରାଧି ଟିଟୋକୁ ଗିରଫ କରିଛି । ଡ଼ିଆଇଜି ହିମାଂଶୁ ଲାଲଙ୍କ ନେତୃତ୍ୱରେ ଏକ ସ୍ପେସାଲ ଟାସ୍କ ଫୋର୍ସ ଟିଟୋ ରହୁଥିବା ଘର ଉପରେ ଅତର୍କିତ ଭାବେ ଚଢଉ କରିଥିଲା । ପୋଲିସ କବଳରୁ ଖସିଯିବାକୁ ଚେଷ୍ଟା କରିବାରୁ ପୋଲିସ ଗୁଳି ଚଲାଇଥିଲା । ଟିଟୋ ଗୋଡ଼ରେ ଗୁଳି ବାଜିବାରୁ ସେ ତଳେ ପଡ଼ିଯାଇଥିଲା ।

ପୋଲିସ ଏନକାଉଣ୍ଟରରେ ଗୋଡ଼ରେ ଗୁଳି ବାଜି ଟିଟୋ ଆହତ ହୋଇଯିବାରୁ ତାକୁ ପ୍ରଥମେ ବଡ଼ଚଣା ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଅବସ୍ଥା ଗୁରୁତର ହେବାରୁ ଟିଟୋକୁ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଛି । କଟକ ବଡ଼ ମେଡ଼ିକାଲରେ ଟିଟୋର ଚିକିତ୍ସା ଚାଲିଛି ।

Leave A Reply

Your email address will not be published.