Latest Odisha News

BREAKING NEWS

ନିଅଣ୍ଟିଆ ବର୍ଷା ଓ ସମ୍ଭାବ୍ୟ ମରୁଡ଼ି ସ୍ଥିତି ନେଇ ଆଜି ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର: ରାଜ୍ୟରେ ଏବର୍ଷ ନିଅଣ୍ଟିଆ ବର୍ଷା ହୋଇଛି । ରେକର୍ଡ ସ୍ୱାଭାବିକଠାରୁ କମ୍ ବର୍ଷିଛି । ଶ୍ରାବଣ ଯାଇଥିଲେ ବି ବର୍ଷା ଉଭାନ । ଚାଷବାସ ଆଗେଇ ପାରିନି । ୨୭ ଜିଲ୍ଲାରେ ନିଅଣ୍ଟିଆ ବୃଷ୍ଟିପାତ ପରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହେଲାଣି । ରାଜ୍ୟରେ ନିଅଣ୍ଟିଆ ବର୍ଷା ଓ ସମ୍ଭାବ୍ୟ ମରୁଡ଼ି ସ୍ଥିତି ନେଇ ଆଜି ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରିବେ ମୁଖ୍ୟ ସଚିବ ସୁରେଶ ମହାପାତ୍ର ।

ଦିନ ସାଢ଼େ ୧୧ଟାରେ ଏହି ବୈଠକ ବସିବ । ଏଥିରେ ସ୍ୱତନ୍ତ୍ର ରିଲିଫ୍ କମିଶନର, ଜଳ ସମ୍ପଦ ସଚିବ, ଅର୍ଥ ସଚିବ ଓ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିବେ । ଜୁନ ୧ତାରିଖରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସ୍ୱାଭାବିକଠାରୁ ୩୦ ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଛି । ୯୦ ପ୍ରତିଶତ ଜିଲ୍ଲାରେ ସ୍ୱଳ୍ପ ବୃଷ୍ଟିପାତ ମରୁଡ଼ି ସ୍ଥିତି ସୃଷ୍ଟି କଲାଣି ।

ରାଜ୍ୟର ୨୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷିଛି । ସବୁଠୁ ଅଧିକ ପ୍ରଭାବିତ ହୋଇଛି ଯାଜପୁର, ଭଦ୍ରକ, କେନ୍ଦୁଝର ଓ ବଲାଙ୍ଗିର ଜିଲ୍ଲା । ଯାଜପୁରରେ ୫୪ ପ୍ରତିଶତ କମ୍ ବର୍ଷା ହୋଇଛି । ଭଦ୍ରକ ଜିଲ୍ଲାରେ ୫୦ ପ୍ରତିଶତ ଏବେ କେନ୍ଦୁଝର ଓ ବଲାଙ୍ଗିରରେ ୪୨ ପ୍ରତିଶତ କମ ବର୍ଷିଛି ।

ବହୁ ସ୍ଥାନରେ ଚାଷୀ ବର୍ଷା ଅଭାବରୁ ଚାଷ କାମ  ଆରମ୍ଭ କରିପାରିନି । କେଉଁଠି ମାଟି ଫାଟି ଆଁ କଲାଣି । ସମ୍ଭାବ୍ୟ ମରୁଡ଼ି ସ୍ଥିତିର ମୁକାବିଲା ପାଇଁ ଆଜି ବୈଠକରେ ଆଲୋଚନା ପରେ ପରବର୍ତ୍ତୀ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବେ ସରକାର ।

Leave A Reply

Your email address will not be published.