Latest Odisha News

ଭରତପୁର ଥାନା ମାମଲା: ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ହେବ ପଲିଗ୍ରାଫ୍‌ ଟେଷ୍ଟ

ଭୁବନେଶ୍ୱର: ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲା l କୋର୍ଟରେ ହାଜର ହେଲେ ଭରତପୁର ଥାନାର ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ର l ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କୁ ଜେଏମ୍‌ଏଫ୍‌ସି କୋର୍ଟର ହାଜର କରିଛି କ୍ରାଇମବ୍ରାଞ୍ଚ । ତେବେ ଦୀନକୃଷ୍ଣଙ୍କ ପଲିଗ୍ରାଫ୍‌ ଟେଷ୍ଟ ପାଇଁ କ୍ରାଇମବ୍ରାଞ୍ଚ କୋର୍ଟରେ ଆବେଦନ କରିଥିଲା l କୋର୍ଟରେ ହାଜର ହୋଇ ସମସ୍ତ ଟେଷ୍ଟ ପାଇଁ ସହମତି ଦେଇଛନ୍ତି ଦୀନକୃଷ୍ଣ l

ସୂଚନା ଅନୁସାରେ, ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ଆଜି ଜେଏମ୍‌ଏଫ୍‌ସି କୋର୍ଟରେ ଶୁଣାଣି ହୋଇଛି l ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ହେବ ପଲିଗ୍ରାଫ୍‌ ଟେଷ୍ଟ l ପଲିଗ୍ରାଫ ଟେଷ୍ଟ ପାଇଁ କ୍ରାଇମବ୍ରାଞ୍ଚ କୋର୍ଟରେ ଆବେଦନ କରିଥିବା ବେଳେ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଛନ୍ତି କୋର୍ଟ l ଦୀନକୃଷ୍ଣଙ୍କୁ ଗୁଜରାଟ ଗାନ୍ଧିନଗର ନେବ କ୍ରାଇମବ୍ରାଞ୍ଚ l ସେଠାରେ ହିଁ ତାର ପଲିଗ୍ରାଫ୍‌ ଟେଷ୍ଟ କରାଯିବ l

ଅନ୍ୟପଟେ ଉକ୍ତ ଘଟଣାରେ କ୍ରାଇମବ୍ରାଞ୍ଚ ଟିମ୍‌ ସଦସ୍ୟଙ୍କ ପାଖରେ ହାଜର ହୋଇଛନ୍ତି ନିଲମ୍ବିତ ଆଇଆଇସି ଦୀନକୃଷ୍ଣ l ସେଦିନ ପ୍ରକୃତରେ କଣ ଘଟଣା ଘଟିଥିଲା ସେନେଇ ସିନ୍‌ ରିକ୍ରିଏସନ୍‌ କରିଛି କ୍ରାଇମବ୍ରାଞ୍ଚ l ସେଦିନ କ’ଣ ଘଟିଥିଲା ସେ ବିଷୟରେ ସବିଶେଷ ତଥ୍ୟ ଜାଣିବାକୁ ଖୋଳତାଡ଼ କରିଛି କ୍ରାଇମବ୍ରାଞ୍ଚ l ସେହିପରି ଆଜି ସକାଳୁ ମେଜର ଓ ପୀଡ଼ିତା ଥାନାକୁ ଆସି ପକ୍ଷ ରଖି ସାରିଛନ୍ତି l

ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ଗତ ୧୪ ତାରିଖରେ ଦିଆଯାଇଥିବା ନିର୍ଯାତନା ଘଟଣା ସବୁଠି ନିନ୍ଦା ହେବା ପରେ ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ଟିମ୍‌‌। ଏଥିରେ ପୂର୍ବରୁ ଦୀନକୃଷ୍ଣଙ୍କ ସହ ଅନ୍ୟ ୪ଜଣ ପୁଲିସ କର୍ମଚାରୀଙ୍କୁ ଜେରା କରିଥିଲା କ୍ରାଇମବ୍ରାଞ୍ଚ। ଏହାପରେ ଦୀନକୃଷ୍ଣଙ୍କ ପଲିଗ୍ରାଫ୍‌‌ ଟେଷ୍ଟ ପାଇଁ ଗତକାଲି କ୍ରାଇମବ୍ରାଞ୍ଚ ଏସଡିଜେଏମ କୋର୍ଟରେ ଆବେଦନ କରିଥିଲା।

Leave A Reply

Your email address will not be published.