Latest Odisha News

BREAKING NEWS

ଲକଡାଉନରୁ କାହାକୁ ବାଦ, କାହା ଉପରେ କଟକଣା ?

ଭୁବନେଶ୍ୱର: ଓଡ଼ିଶାରେ କରୋନାର ବର୍ଦ୍ଧିତ ସଂକ୍ରମଣରେ ବ୍ରେକ ଲଗାଇବା ପାଇଁ ସରକାର ୧୪ ଦିନିଆ ଲକଡାଉନ୍ ଘୋଷଣା କରିଛନ୍ତି । ସ୍ୱାସ୍ଥ୍ୟ ଓ ଜରୁରୀ ସେବାକୁ ଲକଡାଉନରୁ ବାଦ ଦିଆଯାଇଛି । ଟିକାକରଣ କାମ ଜାରି ରହିବ । ଯେଉଁମାନେ ଟିକାକରଣ ପାଇଁ ପଞ୍ଜିକରଣ ଓ ସ୍ଲଟ ବୁକିଂ କରିଛନ୍ତି ସେମାନେ ନିର୍ଦ୍ଧାରିତ ସମୟରେ ନିର୍ଦ୍ଦିଷ୍ଟ କେନ୍ଦ୍ରକୁ ଯାଇ ଟିକା ନେଇପାରିବେ । ଏବେ ଆସନ୍ତୁ ନଜର ପକାଇବା କଣ ଖୋଲା ରହିବ ଓ କଣ ବନ୍ଦ ।
କଟକଣାରୁ ବାଦ
– ହସ୍ପିଟାଲ, ନର୍ସିଂ ହୋମ୍, କ୍ଲିନିକ୍, ଟେଲି ମେଡିସିନ୍ ସେବା
– ସବୁ ମେଡିକାଲ୍ ଷ୍ଟୋର ଖୋଲା ରହିବ
– ମେଡିକାଲ୍ ଲାବ୍ରୋଟୋରୀ ଓ ଟେଷ୍ଟିଂ ସେଣ୍ଟର ଖୋଲା
– କୋଭିଡ୍ ଟେଷ୍ଟିଂ ପାଇଁ ଯାଇପାରିବେ ଲୋକ
– ଭ୍ୟାକସିନ୍ ଯୋଗାଣ ଓ ବିକ୍ରି ଉପରେ କଟକଣା ନାହିଁ
– ଔଷଧ ଉତ୍ପାଦନ ୟୁନିଟ୍, ମେଡିସିନ୍ ସାମଗ୍ରୀ, ମେଡିକାଲ୍ ଅକ୍ସିଜେନ୍ ଉପରେ କଟକଣା ନାହିଁ
– ଫଳ, ପନିପରିବା, ତେଜରାତି ଦୋକାନ (ସକାଳ ୬ରୁ ଦିନ ୧୨ଟା ଖୋଲା)
– ମାଛ, ମାଂସ, ଅଣ୍ଡା, କ୍ଷୀର ଦୋକାନ (ସକାଳ ୬ରୁ ହିନ ୧୨ଟା ଖୋଲା)
– କୃଷି କାମ ଜାରି ରହିବ
– ଜରୁରିକାଳୀନ ସେବା ଓ କୋଭିଡ୍ ପରିଚାଳନାରେ ଲାଗିଥିବା ସରକାରୀ ଓ ଘରୋଇ ଗାଡ଼ି ଚଳାଚଳ କରିପାରିବ
– ଗ୍ୟାସ ବିତରଣ, ପେଟ୍ରୋଲ ପମ୍ପ ଖୋଲା ରହିବ
– ବିଦ୍ୟୁତ, ପାନୀୟ ଜଳ ଯୋଗାଣ ଜାରି ରହିବ
– ଶିଳ୍ପ ଓ ନିର୍ମାଣ କାମ
– ନିର୍ବାଚନ ସଂପର୍କିତ କାର୍ଯ୍ୟକୁ ଅନୁମତି ମିଳିବ
– କେବଳ ସରକାର ଅନୁମତି ଦେଇଥିବା ପରୀକ୍ଷା ଅନୁଷ୍ଠାନ କରାଯିବ
– ଛାପା, ବୈଦ୍ୟୁତିକ ଗଣମାଧ୍ୟମ, ୱେବ୍ ମିଡିଆକୁ ଅନୁମତି

ଲକଡାଉନରେ କ’ଣ ବନ୍ଦ ?
– ସାଧାରଣ ପରିବହନ, ଅନ୍ତଃରାଜ୍ୟ ଯାଆସ
– ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର
– ମଲ୍, ସିନେମା ହଲ୍, ମାର୍କେଟ କମ୍ପ୍ଲେକ୍ସ, ଜିମ୍, ପାର୍କ
– ସ୍ପୋର୍ଟସ କମ୍ପ୍ଲେକ୍ସ, ସୁଇମିଂ ପୁଲ୍, ଏଣ୍ଟରଟେନମେଣ୍ଟ ପାର୍କ
– ସାଲୁନ୍, ସ୍ପା, ବିୟୁଟି ପାର୍ଲର
– ସାମାଜିକ, ରାଜନୈତିକ, ସାଂସ୍କୃତିକ, ଧାର୍ମିକ କାମ
– ଶ୍ରଦ୍ଧାଳୁଙ୍କ ପାଇଁ ସମସ୍ତଙ୍କ ଧର୍ମାନୁଷ୍ଠାନ ବନ୍ଦ
– ସମସ୍ତ ପ୍ରକାର ମେଳା, ମହୋତ୍ସବ
– ପ୍ରଶାସନର ଅନୁମତିରେ ବିବାହ ଉତ୍ସବ ହୋଇପାରିବ

Leave A Reply

Your email address will not be published.