Latest Odisha News

BREAKING NEWS

ଓଡ଼ିଶାରେ ୧୪ ଦିନିଆ ଲକଡାଉନ୍ ଘୋଷଣା: ଆସନ୍ତା ୫ ତାରିଖ ସକାଳୁ କଡ଼ା କଟକଣା

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ଆସନ୍ତା ୫ ତାରିଖରୁ(ବୁଧବାର) ରାଜ୍ୟରେ ୧୪ ଦିନିଆ ଲକଡାଉନ୍ ଘୋଷଣା ହୋଇଛି । ୫ ତାରିଖ ସକାଳ ୫ଟାରୁ ତାଲାବନ୍ଦ । ୧୯ ତାରିଖ ସକାଳ ଯାଏ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି । ଏହି ସମୟରେ ୫ଶହ ମିଟର ଦୂରତା ମଧ୍ୟରେ ସକାଳ ୬ଟାରୁ ୧୨ଟା ମଧ୍ୟରେ ଚାଲି ଚାଲି ଯାଇ ଲୋକ ପନିପରିବା ଓ ଅତ୍ୟାବଶ୍ୟକ ସାମଗ୍ରୀ ଆଦି କିଣି ପାରିବେ ।

ସ୍ୱାସ୍ଥ୍ୟସେବା ତଥା ଅନ୍ୟାନ୍ୟ ଜରୁରୀ ସେବା ପାଇଁ କୌଣସି କଟକଣା ନାହିଁ । ଅଯଥାରେ ଘରୁ ବାହାରିବାକୁ ମନା କରାଯାଇଛି । ଲକଡାଉନ ଅବଧି ମଧ୍ୟରେ ପୂର୍ବ ଭଳି ଶନିବାର ଓ ରବିବାର ସପ୍ତାହାନ୍ତ ସଟଡାଉନ ବଳବତ୍ତର ରହିବ । ଲକଡାଉନ ସମୟରେ ଟିକାକରଣ ଜାରି ରହିବା ସହ କୋଭିଡ ପରୀକ୍ଷା ପାଇଁ ଅନୁମତି ମିଳିବ । ନିର୍ବାଚନୀ କାର୍ଯ୍ୟ ଉପରେ କୌଣସି କଟକଣା ନ ରହିବା ସହ ପରିବହନ ସେବା କଟକଣା ମୁକ୍ତ ହେବ ।

Leave A Reply

Your email address will not be published.