Latest Odisha News

BREAKING NEWS

କୋଷ୍ଟାଲ ଷ୍ଟର୍ମ ସର୍ଜ ପ୍ରୋକ୍ଟେକ୍ସନ୍ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଦାବି ଜଣାଇଲା ଓଡ଼ିଶା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବାତ୍ୟା ‘ୟାସ୍’ କ୍ଷୟକ୍ଷତି ନେଇ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ବିମାନବନ୍ଦରର ସମ୍ମିଳନୀ କକ୍ଷରେ ପ୍ରଧାନମନ୍ତ୍ରୀଙ୍କ ସହ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ୨ ଜଣ କେନ୍ଦ୍ରମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଏସଆରସିଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଆଲୋଚନା କରିଛନ୍ତି । ବୈଠକ ପରେ ଏସଆରସି ପ୍ରଦୀପ ଜେନା ଗଣମାଧ୍ୟମକୁ କହିଛନ୍ତି, ବାତ୍ୟାରେ କ୍ଷୟକ୍ଷତି ନେଇ ଏକ ଭିଡିଓ ପ୍ରଧାନମନ୍ତ୍ରୀଙ୍କୁ ଦେଖା ଯାଇଛି ।

Odisha Demands Coastal Storm Surge Protection To Pm Modi

ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ କ୍ଷୟକ୍ଷତି ନେଇ ଅବଗତ କରାଇଛନ୍ତି । ରାଜ୍ୟ ପକ୍ଷରୁ ରେସପନ୍ସ ହେଡରେ କିଛି ଟଙ୍କା ମଗାଯାଇଛି । ଦୀର୍ଘକାଳୀନ ପ୍ରସ୍ତୁତି ପାଇଁ ୨ଟି ଆବଶ୍ୟକତା ରହିଛି । ଗୋଟିଏ ହେଉଛି, ଡିଜାଷ୍ଟର ରେଜିଡେନ୍ସ ପାୱାର ସିଷ୍ଟମ । ଦ୍ୱିତୀୟ ହେଉଛି କୋଷ୍ଟାଲ ଷ୍ଟର୍ମ ସର୍ଜ ପ୍ରୋକ୍ଟେକ୍ସନ୍ ପାଇଁ ସି ରୋଲ ଆବଶ୍ୟକତା ରହିଛି । ଏଥିପାଇଁ ଦୀର୍ଘକାଳୀନ ସହାୟତା ଆବଶ୍ୟକ ବୋଲି କହିଛନ୍ତି ଏସଆରସି ।

ରାଜ୍ୟରେ ୪୮୦ କିଲୋମିଟର ସାମୁଦ୍ରିକ ଅଞ୍ଚଳ ରହିଛି । ୪୫୦ କିଲୋମିଟର ଅଞ୍ଚଳରେ କାମ କରିବାକୁ ପଡ଼ିବ । ଏବେ କ୍ଷୟକ୍ଷତି ଆକଳନ କରାଯାଇଛି । ରାଜ୍ୟ ସରକାର ଆଜି କୌଣସି ଅର୍ଥ ଦାବି କରିନଥିବା ଏସଆରସି କହିଛନ୍ତି ।

Leave A Reply

Your email address will not be published.