Latest Odisha News

BREAKING NEWS

ବଢ଼ୁଛି ସଂକ୍ରମଣ, ୩୪ ପୋଷ୍ଟ ପିଜି ଡାକ୍ତରଙ୍କୁ ବିଭିନ୍ନ ଜିଲ୍ଲାକୁ ପଠାଇଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଇଥିବା ବେଳେ ଆଉ ୩୪ ଜଣ ପୋଷ୍ଟ ପିଜି ଡାକ୍ତରଙ୍କୁ ବିଭିନ୍ନ ଜିଲ୍ଲାରେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି । ସୁନ୍ଦରଗଡ଼ ଜିଲ୍ଲାରେ ୫ ଜଣ, ପୁରୀ ଜିଲ୍ଲାରେ ୭ ଜଣ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି ।

ସେହିଭଳି ବଲାଙ୍ଗିର ଜିଲ୍ଲାରେ ୪ ଜଣ, ବରଗଡ଼ ଜିଲ୍ଲାରେ ୬ ଜଣ, ଝାରସୁଗୁଡ଼ା ଜିଲ୍ଲାରେ ୫ ଜଣ ଓ କୋରାପୁଟ ଜିଲ୍ଲାରେ ୫ ଜଣ ଡାକ୍ତରଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିଯୁକ୍ତ କରାଯାଇଛି । ଏମାନଙ୍କ ନିଯୁକ୍ତି ଦ୍ୱାରା କୋଭିଡ୍ ସମ୍ପର୍କିତ ଚିକିତ୍ସା ଓ ସ୍ୱାସ୍ଥ୍ୟସେବା ସହଜ ଭାବେ ପରିଚାଳନା ହେବ ବୋଲି କୁହାଯାଇଛି ।

Leave A Reply

Your email address will not be published.