Latest Odisha News

BREAKING NEWS

ଅମାନିଆ ସାବଧାନ ! କାଲିଠୁ ଓଡ଼ିଶା ପୋଲିସର ୧୦ ଦିନିଆ ଅଭିଯାନ

ଭୁବନେଶ୍ୱର: ବୁଧବାର ଠାରୁ ଓଡ଼ିଶା ପୋଲିସର ୧୦ ଦିନିଆ କୋଭିଡ୍ ସୁରକ୍ଷା ଅଭିଯାନ । ଏପ୍ରିଲ୍ ୭ ତାରିଖରୁ ଏହି ଅଭିଯାନ ଆରମ୍ଭ ହୋଇ ଏପ୍ରିଲ୍ ୧୬ ତାରିଖ ଯାଏ ଚାଲିବ । ରାଜ୍ୟରେ କରୋନାର ବର୍ଦ୍ଧିତ ମାମଲାକୁ ଦେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆରମ୍ଭ ହେବ ଚେକିଂ । ରାଜ୍ୟବ୍ୟାପୀ ପୋଲିସ କୋଭିଡ୍ କଟକଣାକୁ କଡ଼ାକଡ଼ି କରିବା ସହ ଯାଞ୍ଚ କରିବ ।

ବିଶେଷକରି ପୋଲିସ ସ୍କ୍ୱାଡ୍ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା ଉପରେ ନଜର ରଖିବେ । ଏନେଇ ପ୍ରତିଦିନ ଏଡିଜି (ଆଇନ୍ ଓ ଶୃଙ୍ଖଳା)କୁ ରିପୋର୍ଟ ଦେବ ଜିଲ୍ଲା ପୋଲିସ । ଏନେଇ ପୋଲିସ ଡିଜି ସମସ୍ତ ଜିଲ୍ଲାର ଏସପିଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି ।

Leave A Reply

Your email address will not be published.