Latest Odisha News

BREAKING NEWS

ଉପବାଚସ୍ପତି ରଜନୀକାନ୍ତ ସିଂହ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର: ଓଡିଶା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ ଅସୁସ୍ଥ ହୋଇ ଗୁରୁବାର ଦିନ କ୍ୟାପିଟାଲ୍ ହସ୍ପିଟାଲରେ ଚିକିତ୍ସାଧିନ ରହିଛନ୍ତି ।

ମିଳିଥିବା ସୂଚନାନୁଯାୟୀ ତାଙ୍କୁ ପ୍ରଦାନ କରାଯାଇଥିବା ନୂଆ ବଙ୍ଗଳାରେ ରଜନୀକାନ୍ତ ଥିବାବେଳେ କୌଣସି କାରଣ ବଶତଃ ଆଜି ସକାଳେ ତାଙ୍କର ଗୋଡ ଖସିଯିବାରୁ ସେ ତଳେ ପଡିଯାଇଥିଲେ । ଯାହାଫଳରେ ତାଙ୍କ ଗୋଡ ଫ୍ୟାକ୍ଚର ହୋଇଯାଇଥିବା ନେଇ ସୂଚନା ମିଳିଛି ।

ପରବର୍ତ୍ତୀ ସମୟରେ ତାଙ୍କୁ ଚିକିତ୍ସା ନିମନ୍ତେ ସଙ୍ଗେସଙ୍ଗେ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଉଲ୍ଲେଖଯୋଗ୍ୟ, ୪ ଥର ବିଜେଡି ବିଧାୟକ ରହିଥିବା ଶ୍ରୀ ସିଂହ ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଛନ୍ତି ।

Leave A Reply

Your email address will not be published.