Latest Odisha News

BREAKING NEWS

ବାୟୁସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କୁ ମିଳିବ ବୀର ଚକ୍ର !

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କୁ ‘ବୀର ଚକ୍ର’ ସମ୍ମାନରେ ସମ୍ମାନିତ କରାଯାଇପାରେ ।

ଗଣମାଧ୍ୟମରେ ପ୍ରକାଶିତ ରିର୍ପୋଟ ଅନୁଯାୟୀ ଚଳିତଥର ଏୟାର ଷ୍ଟ୍ରାଇକରେ ସାମିଲ ହୋଇଥିବା ମିରାଜ-୨୦୦୦ର ୫ ଜଣ ପାଇଲଟଙ୍କୁ ବାୟୁସେନା ପଦକରେ ସମ୍ମାନିତ କରାଯିବ ।

ସୂଚନାଯୋଗ୍ୟ, ଯୁଦ୍ଧ ସମୟରେ ପରାକ୍ରମ ପାଇଁ ପ୍ରଦାନ କରାଯାଉଥିବା ଭାରତର ୩ୟ ସର୍ବୋଚ୍ଚ ବୀରତା ପୁରସ୍କାର ହେଉଛି ବୀର ଚକ୍ର । ଏହି ତାଲିକାରେ ପ୍ରଥମରେ ରହିଛି ‘ପରମବୀର’ ଏବଂ ଦ୍ୱିତୀୟରେ ‘ମହାବୀର’ ଚକ୍ର ।

ପାକିସ୍ତାନର ବାଲାକୋଟରେ ଏୟାର୍ ଷ୍ଟ୍ରାଇକ୍ ପରେ ପିଓକେରେ ଏଫ୍-୧୬ ବିମାନକୁ ମାରି ଗଡାଇଥିଲେ ଏହି ବୀର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଥମାନ ।

Leave A Reply

Your email address will not be published.