Latest Odisha News

ବିଜେପୁର ଉପ-ନିର୍ବାଚନ: ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଭେଟିଲେ ଡ଼ିଜିପି

ବରଗଡ଼: ବିଜେପୁର ଉପ-ନିର୍ବାଚନ ଆଗାମୀ ଅକ୍ଟୋବର ୨୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବାବେଳେ ବୁଧବାର ଦିନ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର କାର୍ଯ୍ୟ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ନିର୍ବାଚନ ମଣ୍ଡଳୀରେ ସୁରକ୍ଷା ତଥା ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ କରିବା ଲାଗି ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ (ଡ଼ିଜିପି) ବି କେ ଶର୍ମାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ବରିଷ୍ଠ ପୋଲିସ ଅଧିକାରୀମାନଙ୍କ ସହିତ ଏକ ଉଚ୍ଚସ୍ତରୀୟ ବେଠକ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଡ଼ିଆଇଜି (ଉତ୍ତରାଞ୍ଚଳ), ଡ଼ିଆଇଜି (ଇଣ୍ଟେଲିଜେନ୍ସ), ଆଇଜି (ଇଣ୍ଟେଲିଜେନ୍ସ), ଏଡ଼ିଜି (ଆଇନ ଓ ଶୃଙ୍ଖଳା)ଙ୍କ ସମେତ ସିଆରପିଏଫ ଡ଼ିଆଇଜି ଏହି ବୈଠକରେ ଉପସ୍ଥିତ ରହିଥିଲେ ।

ଏହି ବୈଠକ ଶେଷରେ ଗଣମାଧ୍ୟମକୁ ସୂଚନାଦେଇ ଡ଼ିଜିପି ଶ୍ରୀ ଶର୍ମା ସୂଚନାଦେଇ କହିଛନ୍ତି ଯେ, ଭାରତୀୟ ନିର୍ବାଚନ କମିଶନ (ଇସିଆଇ)ଙ୍କ ନିର୍ଦ୍ଦେଶକ୍ରମେ ଏହି ଉପ-ନିର୍ବାଚନ କିପରି ଶାନ୍ତି ଓ ଶୃଙ୍ଖଳାର ସହିତ ଅନୁଷ୍ଠିତ ହେବ ପୋଲିସ ଏହାକୁ ଦୃଷ୍ଟିରେ ରଖିଛି । ପୋଲିସ ପକ୍ଷରୁ ଏହି ନିର୍ବାଚନ ନିରପେକ୍ଷ ଭାବେ ପରିଚାଳନା କରିବାନେଇ ଗୁରୁତ୍ୱ ଦିଆଯାଉଛି ।

ନିରାପତ୍ତାକୁ ଦୃଷ୍ଟିରେ ରଖି ଡ଼ିଜିପି ଶ୍ରୀ ଶର୍ମା କହିଛନ୍ତି ଯେ, ବରଗଡ଼ ଏସପିଙ୍କ ନିର୍ଦ୍ଦେଶକ୍ରମେ ୩୦ ପ୍ଲାଟୁନ ସଶସ୍ତ୍ର ପୋଲିସ ବଳ ମୂତୟନ ହୋଇଛନ୍ତି ।

“ଓଡ଼ିଶା ସଶସ୍ତ ପୋଲିସ ବଳ (ଓଏସଏପି) ବ୍ୟତୀତ ୪ ପ୍ଲାଟୁନ ସିଆରପିଏଫ ଏବଂ ୩ ପ୍ଲାଟୁନ ସ୍ପେଶାଲ୍ ସିକ୍ୟୁରିଟି ପ୍ଲାଟୁନ ମୁତୟନ ହେବାର ବ୍ୟବସ୍ଥା ହୋଇଛି । ସେହିପରି ଭାବେ ସ୍ପେଶାଲ୍ ଅପରେସନ ଗ୍ରୁପ (ଏସଓଜି) ଏବଂ ଜିଲ୍ଲା ସ୍ୱେଚ୍ଛାସେବୀ ବଳ (ଡ଼ିଭିଏଫ) ସୁରକ୍ଷାକର୍ମୀ ଏହି ଉପ-ନିର୍ବାଚନରେ ମୂତୟନ ହେବାର ବ୍ୟବସ୍ଥା ହୋଇଛି । ଏହାବ୍ୟତୀତ, ୧୫ଟି ସମ୍ବେଦନଶୀଳ ଅଞ୍ଚଳରେ ସିସିଟିଭି କ୍ୟାମେରା ବ୍ୟବସ୍ଥା ହୋଇଛି,” ବୋଲି ଗଣମାଧ୍ୟମକୁ ସୂଚନାଦେଇ କହିଛନ୍ତି ଓଡ଼ିଶା ଡ଼ିଜିପି ବିକେ ଶର୍ମର୍ା ।

ଏସମ୍ପର୍କରେ ସୂଚନାଦେଇ ଡ଼ିଜିପି ଆହୁରି ମଧ୍ୟ କହିଛନ୍ତି ଯେ, ନିର୍ବାଚନର ଅବ୍ୟବହିତ ପୂର୍ବରୁ ବିଭିନ୍ନ ଅସାମାଜିକ ତତ୍ତ୍ୱଙ୍କ ସମେତ ଅନେକ ଅପରାଧିଙ୍କୁ ଧରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି ।

Comments are closed.