Latest Odisha News

BREAKING NEWS

ବଢିଲା ପୋଲିସ ଡିଜି ୱାଇବି ଖୁରାନିଆଙ୍କ କାର୍ଯ୍ୟକାଳ

ଭୁବନେଶ୍ଵର: ବଢିଲା ପୋଲିସ ଡିଜି ୱାଇବି ଖୁରାନିଆଙ୍କ କାର୍ଯ୍ୟକାଳ । ୨୦୨୬ ପର୍ଯ୍ୟନ୍ତ ପୋଲିସ ଡିଜି ୱାଇବି ଖୁରାନିଆଙ୍କ କାର୍ଯ୍ୟକାଳ ବଢ଼ାଇଲେ ରାଜ୍ୟ ସରକାର । ଆସନ୍ତା ୧୬ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ କାର୍ଯ୍ୟରେ ରହିବେ ଡିଜି ୱାଇବି ଖୁରାନିଆ ।

୧୯୯୦ ବ୍ୟାଚ୍ ଆଇପିଏସ୍ ଯୋଗେଶ ବାହାଦୂର ଖୁରାନିଆରଙ୍କ କାର୍ଯ୍ୟକାଳ ବଢାଇଛନ୍ତି ରାଜ୍ୟ ସରକାର । ୧୯୯୦ ବ୍ୟାଚ୍‌ର ଓଡ଼ିଶା କ୍ୟାଡର ହେଉଛନ୍ତି ଡିଜି ୱାଇବି ଖୁରାନିଆ। ସେ ପୂର୍ବରୁ ବିଏସଏଫର ସ୍ପେଶାଲ ଡିଜି ଥିଲେ । ତା’ ପୂର୍ବରୁ ଭିଜିଲାନ୍ସ ନିର୍ଦ୍ଦେଶକ, ପୋଲିସ କମିସନର ଭାବେ ମଧ୍ୟ ଦାୟିତ୍ଵ ତୁଲାଇ ଥିଲେ । ଓଡ଼ିଶାରେ ଥିବା ସମୟରେ ସେ ନୟାଗଡ଼, ଯାଜପୁର, ରାଉରକେଲା, ମୟୂରଭଞ୍ଜ ଏବଂ ଗଞ୍ଜାମ ଜିଲ୍ଲାର ଏସପି ଭାବରେ କାର୍ଯ୍ୟ କରିଛନ୍ତି। ଏହାସହ ଉତ୍ତରାଞ୍ଚଳ ଏବଂ ଦକ୍ଷିଣାଞ୍ଚଳର ଡିଆଇଜି, ଭୁବନେଶ୍ବର-କଟକ ଅତିରିକ୍ତ ପୋଲିସ କମିଶନର ଏବଂ ପୋଲିସ କମିଶନର ଭାବରେ କାର୍ଯ୍ୟ କରିଛନ୍ତି। ରାଜ୍ୟରେ ନୂତନ ସରକାର ଗଠନ ହେବା ପରେ ଗତ ଅଗଷ୍ଟ ୧୬ ତାରିଖରେ ପୋଲିସ ଡିଜି ଭାବରେ ଦାୟିତ୍ଵ ଗ୍ରହଣ କରିଥିଲେ ୱାଇବି ଖୁରାନିଆ ।

Leave A Reply

Your email address will not be published.